ଭୋର ସାଢେ ୪ଟାରେ ବାପାଙ୍କୁ ଭିଡିଓ କଲ୍‌ କରି କାନ୍ଦିଲେ ଯଶସ୍ୱୀ, ପଚାରିଲେ ‘ବାପା ଆପଣ ଖୁସି ତ’

ଡେବ୍ୟୁ ମ୍ୟାଚରେ ଶତକ ମାରି ବାପାଙ୍କୁ ଗର୍ବିତ କରିଛନ୍ତି ଯଶସ୍ୱୀ ଜୟସଓ୍ଵାଲ । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ୧୭୧ ରନ୍‌ କରି ରେକର୍ଡ କରିଛନ୍ତି ଯଶସ୍ୱୀ । ଶତକ ମାରିବା ପରେ ବାପାଙ୍କୁ ଭିଡିଓ କଲ୍‌ କରି କାନ୍ଦିଥିଲେ ଯଶସ୍ୱୀ ।

ମଣିଷର ଭାଗ୍ୟ କେତେବେଳେ କାହାକୁ କେଉଁଠି ପହଞ୍ଚାଇଦେବ, ତା’ ହୁଏତ କେହି ଜାଣିନଥିବେ । ମୁମ୍ବାଇ ରାସ୍ତାରେ ଗୁପଚୁପ୍‌ ବିକୁଥିବା ସାଧାରଣ ପିଲା ଆଜି ଭାରତର ଟେକ ରଖିଛି । ଯଶସ୍ୱୀ ଜୟସଓ୍ଵାଲ ଡେବ୍ୟୁ ମ୍ୟାଚରେ ୧୭୧ ରନ୍‌ କରି ରେକର୍ଡ କରିଛନ୍ତି । ଡୋମିନିକରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଯଶସ୍ୱୀ ନିଜର ସ୍ୱପ୍ନ ପୂରଣ କରିଛନ୍ତି । ପ୍ରଥମ ମ୍ୟାଚରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଯଶସ୍ୱୀ ଡେବ୍ୟୁ ମ୍ୟାଚରେ ଶତକ ମାରିବା ପରେ ପ୍ରଥମେ ନିଜ ବାପାଙ୍କୁ କଲ କରିଥିଲେ । ବାପାଙ୍କୁ ଭିଡିଓ କଲ୍‌ କରି ବହୁତ କାନ୍ଦିଥିଲେ, ଆଉ କହିଥିଲେ ବାପା ଆପଣ ଏବେ ଖୁସି ତ । ଭାରତୀୟ ସମୟ ଅନୁସାରେ ଭୋର ୪.୩୦ ସମୟରେ ବାପାଙ୍କୁ ଭିଡିଓ କଲ୍‌ କରିଥିଲେ । ପୁଅର କାନ୍ଦ ଦେଖି ବାପା ମଧ୍ୟ ସହିପାରିନଥିଲେ । ଯଶସ୍ୱୀଙ୍କ ବାପା ମଧ୍ୟ ବହୁତ କାନ୍ଦିଥିଲେ ।

ଏହାକୁ ନେଇ ଯଶସ୍ୱୀଙ୍କ ବାପା କହିଥିଲେ, ସେ ଶତକ ମାରିବା ପରେ ସକାଳ ୪.୩୦ ମିନିଟରେ କଲ୍‌ କରି ନିଜର କାନ୍ଦ ରୋକିପାରିନଥିଲେ । ମୋ ପୁଅର କାନ୍ଦ ଦେଖି ମୁଁ ବହୁତ କାନ୍ଦିଥିଲି । ଆଉ ସେ ମୋତେ ମୋ ଖୁସି ବିଷୟରେ ପଚାରିଥିଲା ।

ବିଦେଶ ମାଟିରେ ଡେବ୍ୟୁ ମ୍ୟାଚରେ ଏତେ ବଡ ସ୍କୋର କରିଥିବା ପ୍ରଥମ ଭାରତୀୟ ଦେଲେ ଯଶସ୍ୱୀ । ଏହାସହିତ ଡେବ୍ୟୁ ମ୍ୟାଚରେ ୧୫୦ ରନରୁ ଅଧିକ ରନ୍‌ କରିଥିବା ତୃତୀୟ ଖେଳାଳି ହେଉଛି ଯଶସ୍ୱୀ । ଏହାପୂର୍ବରୁ ୨୦୧୩ରେ ଏଭଳି ରେକର୍ଡ ଶିଖର ଧଓ୍ଵନ ଏବଂ ରୋହିତ ଶର୍ମା କରିଥିଲେ । ଯଶସ୍ୱୀଙ୍କ ଏଭଳି ରେକର୍ଡ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ଆଓ୍ଵାର୍ଡ ମିଳିଥିଲା । ଡେବ୍ୟୁ ମ୍ୟାଚରେ ଏହି ଆଓ୍ଵାର୍ଡ ଜିତିବାରେ ଯଶସ୍ୱୀ ହେଉଛନ୍ତି ୮ମ ଭାରତୀୟ ।

ଭାରତ –ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସ ଏବଂ ୧୪୧ ରନରେ ଭାରତ ଜିତିଛି । ମାତ୍ର ୩ ଦିନରେ ଟେଷ୍ଟ ଖେଳ ଶେଷ ହୋଇଛି । ଯଶସ୍ୱୀ ଜୟସଓ୍ଵାଲ ଏବଂ ଅଶ୍ୱିନଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.