ଶରୀରରେ ଦେଖାଯାଉଥିଲେ ଏହି ଲକ୍ଷଣ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଲିଭର୍‌ କ୍ୟାନ୍ସର

ଅଳ୍ପ ଖାଦ୍ୟ ଖାଇବା ପରେ ଯଦି ଆପଣଙ୍କୁ ପେଟ ଭରିଲା ଭଳି ଲାଗୁଛି ତେବେ ଏହା ଲିଭର କ୍ୟାନ୍ସର ର ଲକ୍ଷଣ ହୋଇପାରେ । ଏପରି ସମୟରେ ଯଦି ବାନ୍ତି ହେଉଛି ତେବେ ସାବଧାନ ରହିବା ଜରୁରୀ । ଏପରିସ୍ଥିତିରେ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଯାଞ୍ଚ କରନ୍ତୁ ।

କ୍ୟାନ୍ସରକୁ ଭୟଙ୍କର ରୋଗ ଭାବେ ବିଚାର କରାଯାଏ । ଯଦି ଲିଭରରେ କ୍ୟାନ୍ସର ହେଉଛି ତେବେ ଏହା ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ସମସ୍ୟା ସୃଷ୍ଟି କରେ । ଲିଭର କୋଶିକାରୁ ଲିିଭର କ୍ୟାନ୍ସର ଆରମ୍ଭ ହୋଇଥାଏ । ଯେତେ ଶୀଘ୍ର ଆପଣଙ୍କୁ ଲିଭର କ୍ୟାନ୍ସର ହୋଇଛି ଜଣା ପଡ଼ିବ ସେତେ ଶୀଘ୍ର ଆପଣ ଏହାକୁ ଦୂର କରିପାରିବେ । ଏହି ରୋଗର ମୁଖ୍ୟ କାରଣ ହେଉଛି ଲିଭର କ୍ୟାନ୍ସରର ଲକ୍ଷଣ ରୋଗୀକୁ ଜଣା ପଡ଼ିନଥାଏ । ଏହା ଦ୍ୱାରା ଲିଭର କ୍ୟାନ୍ସର ଅଧିକ ଘାତକ ହୋଇଥାଏ । ତେବେ ଲିଭର କ୍ୟାନ୍ସରର କିଛି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା ।

ଅଳ୍ପ ଖାଦ୍ୟ ଖାଇବା ପରେ ଯଦି ଆପଣଙ୍କୁ ପେଟ ଭରିଲା ଭଳି ଲାଗୁଛି ତେବେ ଏହା ଲିଭର କ୍ୟାନ୍ସର ର ଲକ୍ଷଣ ହୋଇପାରେ । ଏପରି ସମୟରେ ଯଦି ବାନ୍ତି ହେଉଛି ତେବେ ସାବଧାନ ରହିବା ଜରୁରୀ । ତେବେ ଏହି ଲକ୍ଷଣ ଦ୍ୱାରା କ୍ୟାନ୍ସର ହୋଇଥିବ ଏହା ଜରୁରୀ ନୁହେଁ । ଏହା ଅନ୍ୟ କୌଣସି ସ୍ୱାସ୍ଥ୍ୟ କାରଣରୁ ମଧ୍ୟ ହୋଇପାରେ ।cancer

ଲିଭର କ୍ୟାନ୍ସର କାରଣରୁ କେତେକ ଅନ୍ୟ ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ଏହି ଲକ୍ଷଣରେ ଓଜନ କମିବା, ଭୋକ ନଲାଗିବା, ଲିଭର ସାଇଜ୍‌ ବଢିବା, ପେଟରେ ଦରଜ ହେବା, ଡାହାଣ କାନ୍ଧରେ ଦରଜ ହେବା, ପେଟ ଫୁଲିବା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସାମିଲ ରହିଛି ।

ଖାଦ୍ୟ ହଜମ ନହେବାର ଅନେକ କାରଣ ରହିଥାଏ । ସାଧାରଣ କାରଣରେ ଅତ୍ୟଧିକ ଖାଇବା, ଅତ୍ୟଧିକ ମଦ୍ୟପାନ କରିବା, ଖରାପ ଖାଦ୍ୟ ଖାଇବା କିମ୍ବା ଖାଲି ପେଟରେ ବଟିକା ଖାଇବା । ହଜମ ନହେବାର ଅନ୍ୟ କେତେକ ଲକ୍ଷଣ ରହିଛି ଯାହାକୁ ଆପଣ ଅନୁଭବ କରିପାରନ୍ତି, ଯେପରିକି ଛାତି ଜଳିବା, ତିକ୍ତ ସ୍ୱାଦଯୁକ୍ତ ଖାଦ୍ୟ କିମ୍ବା ତରଳ ପଦାର୍ଥକୁ ଖାଦ୍ୟରେ ଗ୍ରହଣ କରିବା ।

ଲିଭର କ୍ୟାନ୍ସର ହେବା ସ୍ଥିତିରେ ରକ୍ତରେ କ୍ୟାଲ୍‌ସିୟମ ସ୍ତର ଉଚ୍ଚ ହୋଇପାରେ । ଏହା ଦ୍ୱାରା ବାନ୍ତି, ପେଟ ଖରାପ ଏବଂ ମାଂସପେଶୀରେ ସମସ୍ୟା ହୋଇପାରେ । ଲିଭର କ୍ୟାନ୍ସର କାରଣରୁ ବ୍ଲଡ ସୁଗାର ସ୍ତର କମ ହୋଇପାରେ, ଯେଉଁଥି ପାଇଁ ଥକାପଣ ହେବାର ସମ୍ଭାବନା ଦେଖାଯାଇପାରେ । ପୁରୁଷ ମାନଙ୍କଠାରେ ଅଣ୍ଡକୋଷ ସଂକୋଚନ ହେବା ଲିଭର କ୍ୟାନ୍ସରର କାରଣ ହୋଇପାରେ । ଲାଲ ରକ୍ତ କୋଷିକା ଅଧିକ ହେବା କାରଣରୁ ବ୍ୟକ୍ତି ଲାଲ ଦେଖାଯାଇପାରେ । ତେବେ ଲିଭର କ୍ୟାନ୍ସର କାରଣରୁ କୋଲେଷ୍ଟ୍ରଲ ଲେଭଲ ଉଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.