କ୍ୱାକର ଭୁଲ ଇଂଜେକସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ

ଆଜି ସକାଳୁ ନିଜ ଘରେ କାଠକୁ ଏକ ଟାଙ୍ଗିଆ ରେ ଦୁଇ ଫାଳ କରୁଥିଲେ ଶିବ । କିନ୍ତୁ ଠିକ ଏହି ସମୟରେ ଅସାବଧାନତା କାରଣରୁ ନିଜ ଗୋଡ଼ରେ ଟାଙ୍ଗିଆ ବାଜି ପ୍ରଚୁର ରକ୍ତ ବାହାରିଥିଲା ।

କଣ୍ଟାବାଞ୍ଜି (କେନ୍ୟୁଜ) : କାନ୍ଦ ବୋବାଳିରେ କମ୍ପିଉଠୁଛୁ ଡାକ୍ତରଖାନା । ଡାକ୍ତରଖାନା ଭିତରୁ ଆସୁଥିବା ଏ କାନ୍ଦ ସ୍ୱରକୁ ଯିଏ ଶୁଣୁଥିଲା ଦେହ ଶିହରୀ ଯାଉଥିଲା । ଲୋମ ଟାଙ୍କୁରୀ ଉଠୁଥିଲା । କାହିଁକିନା ଅଚାନକ ମୃତ୍ୟୁକୁ ଏମିତି ସହି ପାରୁନଥିଲେ ପରିବାର ଲୋକେ । କଣ ଟିକେ ଟାଙ୍ଗିଆ ବାଜି ଯାଇଥିଲା ଯେ ରକ୍ତ ବନ୍ଦ କରିବାକୁ ଇଞ୍ଜେକସନ ନେଲେ ତାପରେ ଚାଲିଗଲା ଜୀବନ । ଏମିତି କେମିତି ହେଇପାରିଲା । ଏସବୁ କିଛି ଭାବି ଶବ ପାଖରେ ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ।

କ୍ୱାକର ଭୁଲ ଇଂଜେକସନ ଦେବା ଯୋଗୁଁ ରୋଗୀ ର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରୁ । ମୃତ ବ୍ୟକ୍ତି ହେଲେ ଚନାବାହାଲ ଗାଁର ଶିବ ମହାନନ୍ଦ । ସୂଚନା ମୁତାବକ ଆଜି ସକାଳୁ ନିଜ ଘରେ କାଠକୁ ଏକ ଟାଙ୍ଗିଆ ରେ ଦୁଇ ଫାଳ କରୁଥିଲେ ଶିବ । କିନ୍ତୁ ଠିକ ଏହି ସମୟରେ ଅସାବଧାନତା କାରଣରୁ ନିଜ ଗୋଡ଼ରେ ଟାଙ୍ଗିଆ ବାଜି ପ୍ରଚୁର ରକ୍ତ ବାହାରିଥିଲା । ରକ୍ତସ୍ରାବ ଦେଖି ଗାଁ ପାଖ ବାଗବାହାଲି ଗାଁର କ୍ୱାକ ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ ।

ଘରକୁ ଆସି ଏକ ଇଂଜେକ୍ସନ ଦେଇଥିଲେ l ଫଳରେ ଘଟଣା ସ୍ଥଳରେ ହିଁ ତୁରନ୍ତ ଅଚେତ ହୋଇଯାଇଥିଲେ ଶିବ ମହାନନ୍ଦ । ଆଉ କିଛି ସମୟ ପରେ ଘରେ ହିଁ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ମୃତ ଶବ କୁ କଣ୍ଟାବାଞ୍ଜି ହସ୍ପିଟାଲ କୁ ଆଣିଥିଲେ । କିନ୍ତୁ କାର୍ଯ୍ୟରତ ଡାକ୍ତର ଶିବ ମହାନନ୍ଦ ଙ୍କୁ ମୃତ ଘୋଷଣା କରିଥିଲେ । ଭୁଲ ଇଂଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ଏଭଳି କ୍ୱାକକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ପରିବାର ଓ ଅଞ୍ଚଳ ବାସୀ । ସେପଟେ ଏ ବାବଦରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.