ବାଇକରେ କାହିଁକି ରହିଥାଏ ଏହି ନାଲି ସୁଇଚ୍, ଜାଣନ୍ତୁ କଣ ଏହାର କାମ
ଇକ ଚଳାଉଥିବା ଆପଣ ଦେଖିଥିବେ ଯେ ଏଥିରେ ଗୋଟେ ନାଲି ସୁଇଚ୍ ରହିଛି । କିନ୍ତୁ ଆପଣ କେବେ ଭାବିଛନ୍ତି ଆଉ ଜାଣିବାକୁ ଚାହିଁଛନ୍ତି ଏହି ସୁଇଚର ନାମ କଣ ଓ ଏହା କାହିଁକି ରହିଥାଏ ।

ବାଇକ ଚଳାଉଥିବା ଆପଣ ଦେଖିଥିବେ ଯେ ଏଥିରେ ଗୋଟେ ନାଲି ସୁଇଚ୍ ରହିଛି । କିନ୍ତୁ ଆପଣ କେବେ ଭାବିଛନ୍ତି ଆଉ ଜାଣିବାକୁ ଚାହିଁଛନ୍ତି ଏହି ସୁଇଚର ନାମ କଣ ଓ ଏହା କାହିଁକି ରହିଥାଏ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହା ବିଷୟରେ ।
ବାଇକର ଲାଗିଥିବା ଏହି ନାଲି ସୁଇଚକୁ କିଲ୍ ସୁଇଚ୍ କୁହାଯାଏ । ଏହି ସୁଇଚଟି ଏକ ଇମର୍ଜେନ୍ସି ସୁଇଚ୍ । ବାଇକର ଇଞ୍ଜିନକୁ ହଠାତ ବନ୍ଦ କରିବାକୁ ଚାହୁଁଥିଲେ ଏହି କିଲ୍ ସୁଇଚ୍ ବ୍ୟବହାର କରିବାକୁ ପଡିଥାଏ । ଚାବିରେ ହଠାତ ବନ୍ଦ କରିଦେବା ଗାଡି ଇଞ୍ଜିନ ଉପରେ ଖରାପ ପ୍ରଭାବ ପକାଇଥାଏ ମାତ୍ର କିଲ୍ ସୁଇଚ୍ ସମାନ କାମ କରୁଥିଲେ ମଧ୍ୟ ଏହା ଇଞ୍ଜିନର କାର୍ଯ୍ୟକାରିତାକୁ ପ୍ରଭାବିତ କରିନଥାଏ ।
ନୂଆ କରି ଗାଡି ଶିଖୁଥିବା ଚାଳକଙ୍କ ପାଇଁ ଏହା ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହି ସୁଇଚର ନାମ ପରି ଏହାର କାମ ମଧ୍ୟ ସମାନ । ଏହା ଇଞ୍ଜିନର ସମସ୍ତ ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବାରେ ସମର୍ଥ ହୋଇଥାଏ । ତେବେ ଏହାର ନିୟମିତ ବ୍ୟବହାର ଦୀର୍ଘସ୍ଥାୟୀ ଭାବରେ ଇଞ୍ଜିନ ଉପରେ ପ୍ରଭାବ ପକାଇପାରେ । ତେବେ ତୁରନ୍ତ ସେଭଳି କିଛି କ୍ଷତି ଘଟିବାର ସମ୍ଭାବନା କମ ରହିଥାଏ ।
ଏହି ସୁଇଚର ବ୍ୟବହାର ପୂର୍ବରୁ ଏହା ସମ୍ପର୍କରେ କିଛି ଜିନିଷ ଜାଣି ନେବା ଆବଶ୍ୟକ । ଷ୍ଟାର୍ଟ କରିବା ପୂର୍ବରୁ ସର୍ବଦା ଏହାକୁ ତାର ପୂର୍ବ ସ୍ଥିତିରେ ରଖନ୍ତୁ । ନିଜର ବୁଢା ଆଙ୍ଗୁଳି ସାହାଯ୍ୟରେ ଏହାକୁ ଦବାନ୍ତୁ ଅଧିକ ଚାପ ପ୍ରୟୋଗ କଲେ ଏହା ଭାଙ୍ଗିବାର ସମ୍ଭାବନା ରହିଥାଏ । ଏହା ସହିତ ଏହାକୁ ଇମର୍ଜେନ୍ସି ସୁଇଚ୍ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ ।