ଜାଣନ୍ତୁ ବାସ୍ତୁ ଅନୁସାରେ ରୋଷେଇ ଘର କେଉଁ ଦିଗରେ ହେବା ଉଚିତ

ଘରର ବାସ୍ତୁ ବିଷୟରେ ବିଶେଷ କଥା ହେଉଛି, ଘରର ସମସ୍ତ ଜିନିଷ ଠିକ୍‌ ଦିଗରେ ରଖିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ବାସ୍ତୁ ଶାସ୍ତ ଅନୁସାରେ ଘରର ରୋଷେଇ ଘର କେଉଁ ସ୍ଥାନରେ ରହିବ ।

ବାସ୍ତୁ ଶାସ୍ତ୍ରର ପରମ୍ପରା ବହୁତ ବର୍ଷ ପୁରୁଣା । ପ୍ରାଚୀନ ସମୟରେ ଯେତେବେଳେ ରାଜଭବନ କିମ୍ବା ଘର ନିର୍ମାଣ କରାଯାଉଥିଲା, ସେତେବେଳେ ପ୍ରଥମେ ବାସ୍ତୁ ନିୟମ ଗୁଡିକୁ ଭଲ ଭାବେ ଧ୍ୟାନ ଦିଆଯାଉଥିଲା । ତେବେ ବର୍ତ୍ତମାନ ମଧ୍ୟ ଲୋକମାନେ ବାସ୍ତୁ ଅନୁସାରେ ନିଜ ଘର ନିର୍ମାଣ କରୁଛନ୍ତି । କିନ୍ତୁ ଘର ତିଆରି କରିବା ସମୟରେ କିଛି ନା କିଛି ଭୁଲ ରହିଯାଇଥାଏ । ଏହି କାରଣରୁ ଘରେ ନେଗେଟିଭିଟି ଆସିବା ଆରମ୍ଭ ହୋଇଥାଏ । ତେବେ ଘରର ବାସ୍ତୁ ବିଷୟରେ ବିଶେଷ କଥା ହେଉଛି, ଘରର ସମସ୍ତ ଜିନିଷ ଠିକ୍‌ ଦିଗରେ ରଖିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ରୋଷେଇ ଘର କେଉଁ ସ୍ଥାନରେ ରହିବ ।

ବାସ୍ତୁ ଅନୁସାରେ ରୋଷେଇ କରିବାରର ସଠିକ୍‌ ଦିଗ :
ତେବେ ବାସ୍ତୁ ଅନୁସାରେ ଘରର ରୋଷେଇ ଘର ସଦାସର୍ବଦା ଅଗ୍ନି କୋଣ କିମ୍ବା ପୂର୍ବ-ଦକ୍ଷିଣ ଦିଗରେ ରହିବା ଉଚିତ । ରୋଷେଇ କରିବା ପାଇଁ ପ୍ରଥମେ ଅଗ୍ନିର ପ୍ରୟୋଗ କରାଯାଇଥାଏ । ସେଥିପାଇଁ ତାହାର ସଠିକ୍‌ ଦିଗ ଅଗ୍ନି କୋଣ ହୋଇଥାଏ । ତେବେ ବିଶ୍ୱାସ କରାଯାଏ, ଯେ ଏହି କୋଣରେ ରୋଷେଇ କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ । ଏହା ଦ୍ୱାରା ବାସ୍ତୁ ଦୋଷ ରହିନଥାଏ ଓ ଘରେ ସବୁ ବେଳେ ଅର୍ଣ୍ଣ ଭଣ୍ଡାର ଭରି ରହିଥାଏ । ସେହିି ପରି ଘରେ ଲୋକ ସବୁ ବେଳେ ଖୁସିରେ ରହିଥାନ୍ତି ।

ବାସ୍ତୁ ସହିତ ଏହି ସବୁ ଜିନିଷର ମଧ୍ୟ ଧ୍ୟାନ ରଖନ୍ତୁ :
ରୋଷେଇ ଘରର ବାସ୍ତୁ ଅନୁସାରେ, ମୁଖ୍ୟତଃ ଚୁଲି ଅଗ୍ନି କୋଣ ଦିଗରେ ରହିବା ଉଚିତ । କାରଣ ଏହା ଅଗ୍ନି ଦେବଙ୍କ ସର୍ବୋତ୍ତମ ଦିଗ ବୋଲି କୁହାଯାଏ ।
ରୋଷେଇ ଘରେ ଥିବା ପାଣି ଟ୍ୟାପ୍ ଉତ୍ତର-ପୂର୍ବ କୋଣରେ ରହିବା ଉଚିତ୍ । ଅର୍ଥାତ୍ ଉତ୍ତର-ପୂର୍ବ ଦିଗକୁ ଜଳର ଦେବତା ବରୁଣ ଦେବଙ୍କ ସ୍ଥାନ ବୋଲି କୁହାଯାଏ ।

ବାସ୍ତୁ ଅନୁସାରେ, ରୋଷେଇ ଘରର ଝରକା ପୂର୍ବ ଦିଗରେ ରହିବା ଉଚିତ ଏବଂ ରୋଷେଇ ଘରର ଚୁଲା ଝରକା ବାହାରକୁ ଦେଖାନଯିବା ଉଚିତ ।
ରୋଷେଇ ଘର ପାଇଁ ଏହାର ଦିଗ ଯେତିକି ଗୁରୁତ୍ୱପୂର୍ଣ୍ଣ ତାହାର ରଙ୍ଗ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ବାସ୍ତୁ ଅନୁସାରେ, ଘରର ରୋଷେଇ ଘରକୁ ହଳଦିଆ, ହାଲୁକା ନାଲି କିମ୍ବା ଗୋଲାପୀ ରଙ୍ଗ କରାଯିବା ଉଚିତ୍ । କାରଣ ଏଗୁଡ଼ିକ ହେଉଛି ଅଗ୍ନି ଭଗବାନ ସହିତ ଜଡିତ ରଙ୍ଗ । ଘରର ରୋଷେଇ ଘରକୁ କଳା,ନୀଳ କିମ୍ବା ଡାର୍କ ରେଡ୍‌ ରଙ୍ଗ ଦେବା ଉଚିତ୍ ନୁହେଁ । ଏହି ପରି କରିବା ଘର ପାଇଁ ଅଶୁଭ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ରୋଷେଇ ଘର ପାଖରେ କେବେବି ବାଥରୁମ ରହିବା ଉଚିତ୍ ନୁହେଁ । ଯେଉଁଠାରେ ଏହା ହୋଇଥାଏ, ସେହି ଘରେ ପରିବାର ସଦସ୍ୟ ପ୍ରୟାତଃ ରୋଗ ଦ୍ୱାରା ଘେରି ରହିଥାନ୍ତି ।

ଯେତେବେଳେ ଆପଣ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ସେତେବେଳେ ରୁଟିର ପ୍ରଥମ ଅଂଶ ଗାଇକୁ ଖାଇବା ପାଇଁ ଦିଅନ୍ତୁ । ବିଶ୍ୱାସ କରାଯାଏ ଯେ ଏହା ଘରକୁ ଅର୍ଣ୍ଣର ଆଶୀର୍ବାଦ ଆଣିଥାଏ ।

ବାସ୍ତୁ ଅନୁସାରେ, ଯଦି ରୋଷେଇ ଘର ସଠିକ୍ ଦିଗରେ ନିର୍ମିତ ନହୁଏ, ତେବେ କୁହାଯାଏ ଏହାକୁ ପୁର୍ଣ୍ଣନିର୍ମାଣ କରାଯାଇପାରିବ ନାହିଁ । ଏଥିପାଇଁ ଗୋଟିଏ ପାତ୍ରରେ ତୁଳସୀ ଗଛ ଲଗାଇ, ତାକୁ ରୋଷେଇ ଘରେ ରଖନ୍ତୁ । ଦେଖିବେ ଏହା ଦ୍ୱାରା ଆପଣଙ୍କ ଘରେ ବାସ୍ତୁ ଦୋଷ ଥିଲେ ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.