ବାର୍‌ହା ଫାଶରେ ପଡି ଯୁବକ ମୃତ

କୋରାପୁଟ(କେନ୍ୟୁଜ୍): ବାର୍‌ହା ଫାଶରେ ପଡି ଯୁବକ ମୃତ। ଜଙ୍ଗଲରେ ବାର୍‌ହା ପାଇଁ ବିଛା ଯାଇଥିବା ଫାଶରେ ବିଦ୍ୟୁତ ଚାର୍ଜ ଥିବାରୁ ଚାଲିଗଲା ଯୁବକଙ୍କ ଜୀବନ। ମୃତ ଯୁବକ ପଦୁ ଗୁଣ୍ଠା। ଲମତାପୁଟ ବ୍ଲକ ମେଡିପୁଟ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ କରୁଛି। ପୋଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ମେଡିପୁଟ ଗାଁର ୫ଜଣ ଲୋକ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ।

ସେଠାରେ ବାର୍‌ହା ଶୀକାର ପାଇଁ ବିଛାଯାଇଥିବା ବିତ୍ୟୁତ୍‌ ତାର ସଂଶ୍ପର୍ଶରେ ଆସିଥିଲେ ପଦୁ ଗୁଣ୍ଠା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ନନ୍ଦପୁର ପୋଲିସ ଲୋକଙ୍କୁ ବୁଜାସୁଝା କରିବା ସହ ଘଟଣାର ତଦନ୍ତ କରୁଛି। ଖୁବ୍‌ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛି ନନ୍ଦପୁର ପୋଲିସ।