ପାଣି ଟାଙ୍କିରେ ଚଢି ମହୁ ସଂଗ୍ରହ କରିବା ହେଲା କାଳ, ୫୦ ଫୁଟ ତଳକୁ ଖସି ଗଲା ଜୀବନ

ମହୁ ସଂଗ୍ରହ ବେଳେ ଗଲା ଜୀବନ । ପାଣି ଟାଙ୍କିରେ ହୋଇଥିବା ମହୁ ଫେଣାରୁ ମହୁ ସଂଗ୍ରହ କରିବାକୁ ଯାଇ ୫୦ଫୁଟ୍ ତଳକୁ ଖସିପଡି ଯୁବକ ମୃତ। ଆନନ୍ଦପୁର ଥାନା ପନାସିଝରଣ ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଆନନ୍ଦପୁର (କେନ୍ୟୁଜ): ମହୁ ସଂଗ୍ରହ ବେଳେ ଗଲା ଜୀବନ । ପାଣି ଟାଙ୍କିରେ ହୋଇଥିବା ମହୁ ଫେଣାରୁ ମହୁ ସଂଗ୍ରହ କରିବାକୁ ଯାଇ ୫୦ଫୁଟ୍ ତଳକୁ ଖସିପଡି ଯୁବକ ମୃତ। ଆନନ୍ଦପୁର ଥାନା ପନାସିଝରଣ ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ , କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପନାସିଝରଣ ଗାଁରେ ଏକ ପାଣି ଟାଙ୍କିରୁ ଖସିପଡି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଗୁର୍ବା ହେମରମ ଆଜି ସକାଳୁ ଗାଁ ରେ ଥିବା ପାନୀୟ ଜଳ ବିଭାଗ ପମ୍ପହାଉସରେ ଥିବା ୫୦ ଫୁଟ୍ ଉଚ୍ଚ ପାଣି ଟାଙ୍କି ଉପରେ ହୋଇଥିବା ମହୁ ଫେଣାରୁ ମହୁ ସଂଗ୍ରହ କରିବାକୁ ଟାଙ୍କି ଉପରେ ଚଢିଥିଲେ। ତେବେ ଏହି ସମୟରେ ମହୁମାଛି ମାନେ ବିକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ସେ ଭାରସାମ୍ଯ ହରାଇ ତଳକୁ ଖସିପଡ଼ିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.