ଆନ୍ଧ୍ରରେ ଉଗାଡି ଉତ୍ସବ ବେଳେ ବଡ଼ ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ ଲାଗି ୧୩ ପିଲା ଆହତ

ଆନ୍ଧ୍ର ପ୍ରଦେଶର କୁରନୁଲ୍‌ ଜିଲ୍ଲାର ଚିନ୍ନା ତେକୁର ଗାଁରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଉଗାଡି ଉତ୍ସବ ବେଳେ ବିଦ୍ୟୁତ୍‌ ଆଘାତ ଲାଗି ୧୩ ଜଣ ପିଲା ଆହତ ହୋଇଛନ୍ତି ।

ଆନ୍ଧ୍ର ପ୍ରଦେଶର କୁରନୁଲ୍‌ ଜିଲ୍ଲାର ଚିନ୍ନା ତେକୁର ଗାଁରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଉଗାଡି ଉତ୍ସବ ବେଳେ ବିଦ୍ୟୁତ୍‌ ଆଘାତ ଲାଗି ୧୩ ଜଣ ପିଲା ଆହତ ହୋଇଛନ୍ତି । ଏହି ଘଟଣା ଆଜି ସକାଳର । ଅଞ୍ଜନେୟ ସ୍ୱାମୀ ମନ୍ଦିରରୁ ଯେତେବେଳେ ପ୍ରଭା ରଥ ଶୋଭାଯାତ୍ରା ବାହାରୁଥିଲା, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ରିପୋର୍ଟ ମୁତାବକ, ରଥ ହଠାତ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା, ଯାହାଫଳରେ ପାଖରେ ଛିଡ଼ା ହୋଇଥିବା ପିଲାମାନଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ପୋଲିସ କହିଛି କି, ଆହତ ପିଲାମାନଙ୍କୁ ଚିକିତ୍ସା ପାଇଁ କୁରନୁଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସମ୍ପର୍କରେ କୁରନୁଲ୍‌ ଗ୍ରାମାଞ୍ଚଳ ଥାନାର ସର୍କଲ ଇନ୍ସପେକ୍ଟର କିରଣକୁମାର ରେଡ୍ଡୀ କହିଛନ୍ତି, ଆଜି ସକାଳେ ଉଗାଡି ଉତ୍ସବର ସମାପନ ବେଳେ ଏହି ଘଟଣା ଘଟିଥିଲା । ବିଦ୍ୟୁତ୍‌ ଝଟ୍‌କାରେ ୧୩ ଜଣ ପିଲା ଆହତ ହୋଇଛନ୍ତି । ସମସ୍ତଙ୍କୁ ୧୦ ପ୍ରତିଶତରୁ କମ୍‌ ଆଘାତ ଲାଗିଛି । ମାମଲାରେ କମ୍‌ ଗମ୍ଭୀରତା ରହିଛି ।

ସେପଟେ ପନୟମ୍‌ ବିଧାୟକ କଟାସାନି ରାମଭୂପାଲ ରେଡ୍ଡୀ ଏବଂ ନନ୍ଦୟାଲା ତେଲୁଗୁ ଦେଶମ୍‌ ପାର୍ଟିର ପ୍ରାର୍ଥୀ ବାୟରେଡ୍ଡୀ ଶବରି ହସ୍ପିଟାଲ ଯାଇ ଆହତ ପିଲାମାନଙ୍କୁ ଭେଟିଛନ୍ତି । ଡାକ୍ତର ନିଶ୍ଚିତ କରିଛନ୍ତି ଯେ ପିଲାମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ।

ଅନ୍ୟପଟେ ବିହାରର ଶେଖପୁରାରେ ମଧ୍ୟ ଆଜି ବିଦ୍ୟୁତ୍‌ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ, ସ୍ଥାନୀୟ ଢେଭସା ଗାଁର ଚନ୍ଦନ ସାଓ । ସେ ବିହାରରେ ରହି ଘର ନିର୍ମାଣ କାର୍ଯ୍ୟ କରୁଥିଲେ । ୧୦ ଦିନ ତଳେ ଚନ୍ଦନ ଘରକୁ ଫେରିଥିଲେ । ସେ ଘର ନିର୍ମାଣ ପାଇଁ ଢଳେଇ କରୁଥିବା ବେଳେ ହଠାତ୍‌ ଏକ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ବିଦ୍ୟୁତ୍‌ ଝଟ୍‌କାରେ ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.