ରିଷଭଙ୍କ ପରେ ସଞ୍ଜୁ ସାମସନ ଦେବେ ଜରିମାନା, ଗୁଜରାଟ ବିପକ୍ଷ ମ୍ୟାଚରେ କଲେ ଭୁଲ୍‌

ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ଶେଷ ବଲରେ ହରାଇଛି । ଆଉ ଏହି ପରାଜୟ ପରେ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମ୍ୟାଚ ହାରିବା ପରେ ସ୍ଲୋ ଓଭର ରେଟ ଯୋଗୁଁ ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।

ରାଜସ୍ଥାନ ରୟାଲ୍ସର ବିଜୟ ରଥରେ ବ୍ରେକ ଲଗାଇଛି ଗୁଜରାଟ ଟାଇଟନ୍ସ । ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ଟିମ୍‌ ଆଇପିଏଲ୍‌ ଚଳିତ ସିଜିନରେ ପ୍ରଥମ ମ୍ୟାଚ ହାରିଛି । ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ଶେଷ ବଲରେ ହରାଇଛି । ଆଉ ଏହି ପରାଜୟ ପରେ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମ୍ୟାଚ ହାରିବା ପରେ ସଞ୍ଜୁଙ୍କ ଉପରେ ବିସିସିଆଇ ଲକ୍ଷାଧିକ ଟଙ୍କାର ଜରିମାନା ଲଗାଇଛି । ସଞ୍ଜୁ ନିର୍ଦ୍ଧାରିତ ସମୟରେ ୨୦ ଓଭର ପୂରା କରିପାରିନଥିଲେ । ତେଣୁ ଆଇପିଏଲ ନିୟମ ଅନୁଯାୟୀ ଜରିମାନା ଲାଗିଛି ।

ଜୟପୁରର ସବାଇମାନ ସିଂ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଗୁଜରାଟର ଅଧିନାୟକ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ପରେ ରାଶିଦ ଏବଂ ରାହୁଲଙ୍କ ଜବରଦସ୍ତ ସହଭାଗିତାରେ ଗୁଜରାଟ ରାଜସ୍ଥାନକୁ ୩ ଓ୍ଵିକେଟରେ ହରାଇଛି । ଫଳରେ ରାଜସ୍ଥାନ ଲଗାତାର ପରାଜୟରେ ବ୍ରେକ ଲଗାଇଛି ।

ରାଜସ୍ଥାନ ରୟାଲ୍ସ ୧୯୬ ରନ୍ କରିଥିଲା । ଦଳ ପକ୍ଷରୁ ସଞ୍ଜୁ ସାମସନ ଅପରାଜିତ ରହି ୬୮(୩୮) ରନ୍ କରିଥିଲେ । ସେହିପରି ରିଆନ ପରାଗ ୭୬(୪୮), ଯଶସ୍ୱୀ ଜୟସଓ୍ଵାଲ ୨୪(୧୯), ଜୋସ ବଟଲର ୮(୧୦), ହେଟମେୟର ୧୩(୫) ରନ୍ କରିଥିଲେ ।
ଗୁଜରାଟ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ । ସାଇ ସୁଦର୍ଶନ ଓ ଶୁବମନ ଗିଲ୍ ଯଥାକ୍ରମେ ୩୫(୨୯) ଏବଂ ୭୨(୪୪) ରନ୍ କରି ଆଉଟ ହେବା ପରେ ମାଥ୍ୟୁ ୱାଦେ ଓ ଅଭିନବ ମନୋହରଙ୍କ ୱିକେଟ ହରାଇଥିଲା ଟିମ୍‌ । ୧୭.୩ ଓଭର ବେଳକୁ ଦଳ ୭ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ହେଲେ ଶେଷ ଦୁଇ ଓଭରରେ ବାଜି ଓଲଟାଇ ଦେଇଥିଲେ ରାଶିଦ ଖାନ । ୧୨ ବଲରେ ୩୫ ରନ୍ ଆବଶ୍ୟକ ପଡୁଥିବା ବେଳେ ସେ ଲକ୍ଷ୍ୟ ପୂରଣ କରିନେଇଥିଲେ । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ରଶିଦ ଖାନଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି ।

ସଞ୍ଜୁ ସାମସନଙ୍କ ଉପରେ ଚଳିତ ସିଜିନରେ ପ୍ରଥମ ଥର ପାଇଁ ଜରିମାନା ଲାଗିଛି । ଯଦି ଆଉଥରେ ସଞ୍ଜୁ ଭୁଲ୍‌ କରନ୍ତି, ତାଙ୍କୁ ଦୁଇଗୁଣା ଜରିମାନା ଲାଗିବ । ତେବେ ଚଳିତବର୍ଷ ଆଇପିଏଲ ସିଜିନରେ ରିଷଭ ପନ୍ତଙ୍କୁ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.