Below header

ତାନ୍ତ୍ରିକ କଥାରେ ପଡି ମଶାଣିରୁ ଆଣୁଥିଲେ ମଣିଷ ମୁଣ୍ଡ; ଧରାପଡ଼ି ନିସ୍ତୁକ ଛେଚା ଖାଇଲେ ଦୁଇ ସାଙ୍ଗ

ତାନ୍ତ୍ରିକ କଥାରେ ପଡି ମଶାଣୀରେ ପୋତା ଯାଇଥିବା ଶବର ମୁଣ୍ଡ ଆଣୁଥିବା ବେଳେ ଅଞ୍ଚଳ ବାସୀଙ୍କ ହାବୁଡାରେ ପଡି ଖାଇଲେ ଛେଚା ।

ସୋରୋ (କେନ୍ୟୁଜ): ଝିଅକୁ ଭଲ କରିବା ପାଇଁ ମଣିଷ ମୁଣ୍ଡ ସଂଧାନରେ ବାପା। ତାନ୍ତ୍ରିକ କଥାରେ ପଡି ବାପା ଓ ତାର ବନ୍ଧୁ ମଶାଣୀରେ ହେଲେ ହଟହଟା । ଦୁଇ ବନ୍ଧୁ ୧୧ ଦିନ ତଳେ ମଶାଣୀରେ ପୋତା ଯାଇଥିବା ଶବର ମୁଣ୍ଡ ଆଣୁଥିବା ବେଳେ ଅଞ୍ଚଳ ବାସୀଙ୍କ ହାବୁଡାରେ ପଡି ଖାଇଲେ ଛେଚା।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଆରୁହାବାଡ଼ ଗ୍ରାମର ନରେନ୍ଦ୍ର କେଶୀଙ୍କ ଝିଅର ଦୀର୍ଘ ଦିନ ଦେହ ଭଲ ନହେବାରୁ ଡାକ୍ତର, ଠାକୁର ଠାକୁରାଣୀଙ୍କୁ ଦେଖlଇ ନିରାଶ ହୋଇ ଜଳେଶ୍ୱର ଅଞ୍ଚଳର ଏକ ଗୁଣିଆର ସହାୟତା ନେଇଥିଲେ। ଗୁଣିଆ ଜଣଙ୍କ ନରେନ୍ଦ୍ର ଘରକୁ ଆସିବା ପରେ ଘରେ ଏକ ପ୍ରେତାତ୍ମା ଅଛି ବୋଲି କହିଥିଲେ।ଏହାକୁ ପୂଜା କରିବାକୁ ପଡିବ ସେଥିପାଇଁ ମଣିଷ ମୁଣ୍ଡର ଆବଶ୍ଯକତା ଥିବା ନେଇ ଗୁଣିଆ କହିବା ପରେ ନରେନ୍ଦ୍ର ନିଜ ଗାଁର ଗ୍ରାମର ତାର ବନ୍ଧୁ ଦଶରଥ ମହାଳିକର ସହଯୋଗ ଲୋଡ଼ିଥିଲେ। ନରେନ୍ଦ୍ର ସୂଚନା ପାଇଥିଲେ ୧୧ ତଳେ ପଞ୍ଚୁବିସା ବରଗଛ ମୂଳ ଶ୍ମଶାନରେ ଜଣେ ବ୍ଯକ୍ତିର ମୃତଦେହ ପୋତା ଯାଇଛି।

ଗତକାଲି ବିଳମ୍ବିତ ରାତିରେ ଉଭୟ ମଶାଣିରେ ପହଞ୍ଚି ପୋତା ଯାଇଥିବା ମୃତଦେହ ୮ ଫୁଟ ଗାତରୁ ଖୋଳି ବାହାର କରି ଶବର ମୁଣ୍ଡକୁ ଆଣୁଥିବା ବେଳେ ଅଞ୍ଚଳବାସୀ ଦେଖି ଏହି ଦୁଇ ଜଣଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ। ଖବର ପାଇ ଗୋପାଳପୁର ଥାନା ନରେନ୍ଦ୍ର ଓ ଦଶରଥକୁ ଲୋକଙ୍କ କବଳରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.