Below header

ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ବିଏସ୍‌ଏଫ୍‌ର ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଭିଏସଏସ ନଗରରେ ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ। ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭିଏସଏସ୍‌ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ରାସ୍ତା ଉପରେ ଗାଡି ରଖିବାକୁ ମନା କରିଥିଲେ ଭିଏସ୍‌ଏସ୍‌ ନଗର ଫାଣ୍ଡିର କନେଷ୍ଟବଳ ମନୋଜ ବେହେରା। ଯାହାକୁ ନେଇ ଗାଡି ରଖୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କନେଷ୍ଟବଳଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ବିଏସ୍‌ଏଫ୍‌ର ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳ ବୋଲି ସୂଚନା ମିଳିଛି ।

ସେପଟେ ଆକ୍ରମଣର ଶିକାର ହୋଇଥିବା କନେଷ୍ଟବଳଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଏଥିସହିତ ମାଡ ମାରିଥିବା ବିଏସ୍‌ଏଫ୍‌ର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳଙ୍କୁ ସହିଦ ନଗର ଥାନାରେ ଅଟକ ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.