ଛାତ୍ରଙ୍କ ଠାରୁ ଭିଡିଓ ଗେମ୍ ଛଡାଇ ଶିକ୍ଷକ ହେଲେ ଲହୁଲୁହାଣ, ଗୁରୁତର ଭାବେ ହସପିଟାଲରେ ହେଲେ ଭର୍ତ୍ତି
ଶିକ୍ଷକଙ୍କୁ ପିଟି ପିଟି ଗୁରୁତର କଲେ ଛାତ୍ର । ପଢିବା ବେଳେ ଭିଡିଓ ଗେମ୍ ଖେଳୁଥିବାରୁ ଶିକ୍ଷକ ଭିଡିଓ ଗେମ୍ ଛଡାଇ ନେଇଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇ ଶିକ୍ଷକଙ୍କୁ ପିଟି ଗୁରୁତର କରିଛନ୍ତି ଛାତ୍ର । ଆମେରିକାର ଫ୍ଲୋରିଡାର ଏକ ସ୍କୁଲରେ ଦେଖିବାକୁ ମିଳିଛି ଘଟଣା ।
ଛାତ୍ରଙ୍କୁ ପିଟନ୍ତି ଶିକ୍ଷକ । ହେଲେ ଏଠାରେ ଓଲଟା ଦେଖିବାକୁ ମିଳିଛି। ଛାତ୍ର ଠାରୁ ପାଠ ନ ପଢି ଭିଡିଓ ଗେମ୍ ଛଡାଇ ନେବାରୁ ଶିକ୍ଷକଙ୍କୁ ପିଟି ପିଟି ଲହୁଲୁହାଣ କରିଛନ୍ତି ଛାତ୍ର । ଆମେରିକାର ଫ୍ଲୋରିଡାରେ ଶିକ୍ଷକଙ୍କୁ ପିଟି ଲହୁଲୁହାଣ କରିଛନ୍ତି ଛାତ୍ର । ଭିଡିଓ ଗେମ୍ ଛଡାଇ ନେବାରୁ ଶିକ୍ଷକଙ୍କୁ ପିଟିଛନ୍ତି ଛାତ୍ର । ଶିକ୍ଷକ ଜଣକ ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତ୍ରକୁ ପୋଲିସ ଗିରଫ କରିଛି । ଫ୍ଲୋରିଡାର ମତାଞ୍ଜସ ହାଇସ୍କୁଲରେ ଜଣେ ଛାତ୍ର ଏଭଳି କାଣ୍ଡ ଘଟାଇଛନ୍ତି । ଏହାର ଭିଡିଓ ଜାରି ହୋଇଛି ।
Full Story and Update: https://t.co/Yyl99PSM0K
— Fight Haven (@FightHaven) February 24, 2023
ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଛାତ୍ରଙ୍କ ଠାରୁ ଶିକ୍ଷକ ଭିଡିଓ ଗେମ୍ ଛଡାଇ ନେବାରୁ ଛାତ୍ର ଜଣକ ଶିକ୍ଷକଙ୍କୁ ତଳେ ପକାଇ ମାରି ଚାଲିଛନ୍ତି । ଶିକ୍ଷକ ଜଣକ ତଳେ ପଡି ଝଟପଟ ହେଉଥିଲେ ମଧ୍ୟ ଛାତ୍ର ଜଣକ ଗୋଇଠା ମାରି ଚାଲିଥିଲେ । ଶିକ୍ଷକ ଜଣକ ଗୁରୁତର ଆହତ ହେବା ପରେ ଛାତ୍ର ଜଣକ ଛାଡି ନେଇଥିଲେ । ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
୧୭ ବର୍ଷୀୟ ଛାତ୍ର ଜଣକ ପାଠରେ ବିଲକୁଲ୍ ଦୁର୍ବଳ ରହିଥିଲେ । ତେଣୁ ଶିକ୍ଷକ ତାଙ୍କୁ ପଢିବା ପାଇଁ ବାରମ୍ବାର କୁହନ୍ତି । ଆଉ ପଢିବା ସମୟରେ ଭିଡିଓ ଗେମ୍ ଖେଳିବା ଯୋଗୁଁ ଶିକ୍ଷକ ଭିଡିଓ ଗେମ୍ ଛଡାଇ ନେଇଥିଲେ । ଯେଉଁଥି ପାଇଁ ଛାତ୍ର ଜଣକ ଏଭଳି କାଣ୍ଡ କରିଥିଲେ । ତେବେ ଏହି ଘଟଣା ପରେ ଛାତ୍ରଙ୍କୁ ଗିରଫ କରାଯାଇଛି ।