Below header

ନଦୀ ପାର ହେବା ସମୟରେ ପଥରରେ ଖସି ପଡି ଯୁବକଙ୍କ ମୃତ୍ୟୁ

ବାଲିଗୁଡା ଥାନା ଋତୁଙ୍ଗିଆ ପଂଚାୟତ ଅନ୍ତର୍ଗତ ବାଲିମସ୍ତି ଗାଁରେ ଅଭାବନୀୟ ଘଟଣା l ନଦୀ ପାର ହେବା ସମୟରେ ପଥରରେ ଖସି ପଡି ଯୁବକଙ୍କ ମୃତ୍ୟୁ ଘଟିଛି l

ବାଲିଗୁଡା : ବାଲିଗୁଡା ଥାନା ଋତୁଙ୍ଗିଆ ପଂଚାୟତ ଅନ୍ତର୍ଗତ ବାଲିମସ୍ତି ଗାଁରେ ଅଭାବନୀୟ ଘଟଣା l ନଦୀ ପାର ହେବା ସମୟରେ ପଥରରେ ଖସି ପଡି  ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ବାଲିମସ୍ତି ଗ୍ରାମର ଲମ୍ବୋଦର ମଲିକ l ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ନିଜ ଗାଁ ବାଲିମସ୍ତିରୁ ଗଞ୍ଜୁଗୁଡାପା ନଦୀ ପାର ହୋଇ ସୀତାପାଙ୍ଗା ଗାଁକୁ ଯାଉଥିବା ସମୟରେ ଏପରି ଅଘଟଣ ଘଟିଛି l

ନଦୀ ମଧ୍ୟରେ ଥିବା ପଥରରେ ଚଢି ନଈ ପାରି ସମୟରେ ଯୁବକଙ୍କ ଗୋଡ଼ ଖସି ପଥରରେ ପିଟି ହୋଇଥିଲା l ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା l ବାଲିଗୁଡା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ବାଲିଗୁଡା ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.