ସାହସ ଦେଖାଇ କୁମ୍ଭୀର ସହ ଲଢିଲେ ଯୁବକ, ଅଳ୍ପକେ ବର୍ତ୍ତିଗଲା ଜୀବନ
ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଯୁବକଙ୍କ ଗୋଡ଼କୁ କାମୁଡ଼ି ଧରିଲା କୁମ୍ଭୀର । ସାହସର ସହ କୁମ୍ଭୀର ସହ ଲଢେଇ କରି ଅଳ୍ପକେ ବର୍ତ୍ତିଲେ ଯୁବକ ।

ଗଞ୍ଜାମ (କେନ୍ୟୁଜ୍): କୁମ୍ଭୀର ସହ ଲଢ଼େଇ। ସାହସର ସହ କୁମ୍ଭୀର ସହ ଲଢେଇ କରି ଅଳ୍ପକେ ବର୍ତ୍ତିଲେ ଯୁବକ। ଆହତ ଯୁବକ ଦାଉଣୀ ଗାଁର ଟୁକୁନା ବେହେରା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରି ଗାଁରେ କୁମ୍ଭୀର ଆତଙ୍କ।
ଆଜି ସକାଳୁ ଟୁକୁନା ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ଗୋଡ଼କୁ କୁମ୍ଭୀର କାମୁଡ଼ି ଧରିଥିଲା। ହେଲେ ଟୁକୁନା ସାହସର ସହ କୁମ୍ଭୀର ପାଟିକୁ ଖୋଲି ମୁକୁଳି ଆସିଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ଟୁକୁନାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗାଁ ପୋଖରୀରେ କୁମ୍ଭୀର ଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।