Below header

ତଳେ ଫ୍ୟାନ୍‌ ବୁଲୁଛି, ଉପରେ ସାପ ଝୁଲୁଛି

ଫ୍ୟାନ୍‌ ଉପରେ ସାପ । ତଳେ ଫ୍ୟାନ୍‌ ବୁଲୁଛି, ଉପରେ ସାପ ଝୁଲୁଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ଗାଁର ଏସ୍‌.କେ. କରଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ପିପିଲି(କେନ୍ୟୁଜ୍‌): ଫ୍ୟାନ୍‌ ଉପରେ ସାପ । ତଳେ ଫ୍ୟାନ୍‌ ବୁଲୁଛି, ଉପରେ ସାପ ଝୁଲୁଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ଗାଁର ଏସ୍‌.କେ. କରଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତକାଲି ରାତିରେ ଫ୍ୟାନ୍‌ ଚଲାଇବା ସମୟରେ ଉପରେ ଏକ ସାପ ଝୁଲୁଥିବା ଦେଖିଥିଲେ ପରିବାର ଲୋକ।

ପରେ ସ୍ନେକ ହେଲପ୍‌ ଲାଇନ ସଦସ୍ୟକୁ ଜଣାଇଥିଲେ । ସ୍ନେକ ହେଲପ୍‌ ଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ପ୍ରାୟ ୭ଫୁଟ ହେବ। ସାପଟିକୁ ଉଦ୍ଧାର ପରେ ବାହାରେ ଛାଡି ଦିଆଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସାପଟି କେମିତି ଘରେ ପଶିଲା ଓ ଛାତ ଉପରକୁ ଗଲା ଜାଣି ହେଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.