ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରଲ, ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ : ଜଣେ ଗିରଫ
ମଣିପୁରରେ ଦିନକୁ ଦିନ ହିଂସା ବଢିବାରେ ଲାଗିଛି । ପୁଣି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଉଥିବାର ନଜର ଆସିଛି । ଭିଡିଓ ଭାଇରଲ ହେବା ପରେ ଜଣକୁ ଗିରଫ କରାଯାଇଛି ।

ମଣିପୁରରେ ଦୁଇ ମହିଳାଙ୍କ ନିବସ୍ତ୍ର କରି ରାସ୍ତାରେ ବୁଲାଇବାର ଅତି ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କେବଳ ନିବସ୍ତ୍ର କରି ବୁଲାଇବା ନୁହେଁ ବରଂ ଗଣଦୁଷ୍କର୍ମ କରିଥିବା ଜଣାପଡିଛି । ମହିଳା ଦୁଇଜଣଙ୍କୁ ଦୁଷ୍କର୍ମ ଏବଂ ମାରପିଟ୍ କରିଥିବାରୁ ସେ କିଛି କହିବା ଅବସ୍ଥାରେ ନାହାନ୍ତି । ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି । ଭିଡିଓ ଭାଇରଲ ହେବା ପରେ ଜଣକୁ ଗିରଫ କରାଯାଇଛି । ଏହାପରେ ସବୁ ଦୋଷୀଙ୍କୁ ଗିରଫ କରାଯିବା ନେଇ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଖବର ମୁତାବକ, ଘଟଣା ଗତ ମଇ ୪ ତାରିଖରେ ଘଟିଥିଲା ବୋଲି ପୋଲିସ କହିଛି । ଘଟଣା ଘଟିବାର ୨ ସପ୍ତାହ ପରେ ମହିଳା ଦୁଇଜଣ ଥାନାରେ ଆସି ଅଭିଯୋଗ କରିଛନ୍ତି । ଏଭଳି ଖବର ଜଣାପଡିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ ମାମଲାକୁ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି ।
ଭିଡିଓରେ ଦୁଇ ଜଣ ମହିଳାଙ୍କୁ ନଗ୍ନ ଅବସ୍ଥାରେ ଅନେକ ପୁରୁଷଙ୍କ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ସଂଘବଦ୍ଧ ଲୋକମାନେ ମହିଳା ମାନଙ୍କୁ ନିବସ୍ତ୍ର କରିବା ସହିତ ସେମାନଙ୍କୁ ଗଣଷ୍ଦୁଷ୍କର୍ମ କରିଛନ୍ତି । ମାମଲାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି ।
ତେବେ ଏହି ଘଟଣାରେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ଵିଟ୍ କରି ଲେଖିଛନ୍ତି , ମଣିପୁରରେ ୨ ମହିଳାଙ୍କୁ ଯୌନ ଉତ୍ପୀଡନର ଭୟଙ୍କର ଭିଡିଓ ନିନ୍ଦନୀୟ ଏବଂ ଅମାନବୀୟ । ମୁଖ୍ୟମନ୍ତ୍ରୀ ବୀରେନ ସିଂ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି ।
The horrific video of sexual assault of 2 women emanating from Manipur is condemnable and downright inhuman. Spoke to CM @NBirenSingh ji who has informed me that investigation is currently underway & assured that no effort will be spared to bring perpetrators to justice.
— Smriti Z Irani (@smritiirani) July 19, 2023
ସୂଚନାଯୋଗ୍ୟ, ମଣିପୁରରେ ଏପର୍ଯ୍ୟନ୍ତ ହିଂସା ଲାଗି ରହିଛି । ଗତ ୪ ମଇରୁ ଇଣ୍ଟରନେଟ ବନ୍ଦ ରହିଛି । ଏହି ହିଂସାରେ ଏପର୍ଯ୍ୟନ୍ତ ୧୨୦ରୁ ଅଧିକ ଲୋକ ମଲେଣି ଆଉ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହେଲେଣି ।