ଏସିଆ କପ୍ ୨୦୨୩ କାର୍ଯ୍ୟସୂଚୀ ଘୋଷଣା, ୧୭ ସେପ୍ଟେମ୍ବରରେ ଖେଳାଯିବ ଫାଇନାଲ ମ୍ୟାଚ୍
ଏସିଆ କପ୍ ୨୦୨୩ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି । ପ୍ରଥମ ମ୍ୟାଚ ୩୦ ଅଗଷ୍ଟରୁ ହେବାକୁ ଥିବା ବେଳେ ଫାଇନାଲ ୧୭ ସେପ୍ଟେମ୍ବରରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ସେପ୍ଟେମ୍ବର ୨ ତାରିଖଷର ହେବ । ଏସିଆ କପର ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ ।

ଶ୍ରୀଲଙ୍କା ଏବଂ ପାକିସ୍ତାନରେ ଖେଳାଯିବାକୁ ଥିବା ଏସିଆ କପ୍ ୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଏସିଆ କପ୍ର ଆରମ୍ଭ ୩୦ ଅଗଷ୍ଟରୁ ହେବ । ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ ।
ଚଳିତବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ । ୩୦ ଅଗଷ୍ଟରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନେପାଳ । ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଶ୍ରୀଲଙ୍କାରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ଏସିଆ କପ୍ କାର୍ଯ୍ୟସୂଚୀ :
୩୦ ଅଗଷ୍ଟ : ପାକିସ୍ତାନ ବନାମ ନେପାଳ (ମୁଲତାନ)
୩୧ ଅଗଷ୍ଟ : ବାଂଲାଦେଶ ବନାମ ଶ୍ରୀଲଙ୍କା (କ୍ୟାଣ୍ଡି)
୨ ସେପ୍ଟେମ୍ବର : ଭାରତ ବନାମ ପାକିସ୍ତାନ (କ୍ୟାଣ୍ଡି)
୩ ସେପ୍ଟେମ୍ବର: ବାଂଲାଦେଶ ବନାମ ଆଫଗାନିସ୍ତାନ (ଲାହୋର)
୪ ସେପ୍ଟେମ୍ବର : ଭାରତ ବନାମ ନେପାଳ (କ୍ୟାଣ୍ଡି)
୫ ସେପ୍ଟେମ୍ବର : ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ (ଲାହୋର)
I am happy to announce the schedule for the highly anticipated Men’s ODI #AsiaCup2023, a symbol of unity and togetherness binding diverse nations together! Let’s join hands in the celebration of cricketing excellence and cherish the bonds that connect us all. @ACCMedia1 pic.twitter.com/9uPgx6intP
— Jay Shah (@JayShah) July 19, 2023
ସୁପର ୪ ମ୍ୟାଚ୍
୬ ସେପ୍ଟେମ୍ବର : ଏ୧ ବନାମ ବି୨ (ଲାହୋର)
୯ ସେପ୍ଟେମ୍ବର : ବି୧ ବନାମ ଏ୨ (କଲମ୍ବୋ)
୧୦ ସେପ୍ଟେମ୍ବର : ଏ୧ ବନାମ ବି୨ (କଲମ୍ବୋ)
୧୨ ସେପ୍ଟେମ୍ବର : ଏ୨ ବନାମ ବି୧ (କଲମ୍ବୋ)
୧୪ ସେପ୍ଟେମ୍ବର : ଏ୧ବନାମ ବି୧ (କଲମ୍ବୋ)
୧୫ ସେପ୍ଟେମ୍ବର : ଏ୨ ବନାମ ବି୨ (କଲମ୍ବୋ)
୧୭ ସେପ୍ଟେମ୍ବର : ଫାଇନାଲ (କଲମ୍ବୋ)
ଏସିଆ କପ୍ ଆୟୋଜନ କରିବା ନେଇ ପୂର୍ବରୁ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଚଳିତବର୍ଷ ଏସିଆ କପ୍ ଆୟୋଜନର ଅଧିକାର ପାକିସ୍ତାନ ପାଖରେ ଥିଲା । କିନ୍ତୁ ଭାରତ ସୁରକ୍ଷା କାରଣରୁ ପାକିସ୍ତାନ ଯିବାକୁ ମନା କରିଥିଲା । ଏହାପରେ ଏସିଆ କପ୍କୁ ନେଇ ଅନ୍ୟ ବିକଳ୍ପ ବାହାର କରାଯାଇଥିଲା ।