Below header

ପେଟ୍ରୋଲ୍ ପକାଇବାକୁ କେନ୍ଦ୍ର କରି ରାଜଧାନୀରେ ଆତଙ୍କ: ରାତିଅଧରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା, ଜଣେ ଗୁରୁତର

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଫୁଟିଲା ଗୁଳି । ପେଟ୍ରୋଲ ପକାଇବାକୁ କେନ୍ଦ୍ରକରି ଆତଙ୍କ। ରାତିଅଧରେ ଫୁଟିଲା ଗୁଳି। ଗତକାଲି ବିଳମ୍ବିତ ରାତିରେ ଝାରପଡ଼ା ଓଭରବ୍ରିଜ ନିକଟ ପେଟ୍ରୋଲ ପମ୍ପରେ ଗୁଳି ଫୁଟିଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ନୂଆପଲ୍ଲୀ ଅଞ୍ଚଳର ବିଶ୍ୱଜିତ୍‌ ବେହେରା। ତାଙ୍କ ବାମ ଗୋଡ ଗୋଇଠିରେ ଗୁଳି ବାଜିଛି।

ବିଶ୍ୱଜିତ୍‌ଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ୨ଜଣ ଯୁବକ ବାଇକ୍‌ରେ ପେଟ୍ରୋଲ ପକାଇବାକୁ ଆସିଥିଲେ। ହେଲେ ଗହଳି ଥିବାରୁ ପେଟ୍ରୋଲ ପମ୍ପ କର୍ମଚାରୀ ଓ ୨ ଯୁୂବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଦୁର୍ବୃତ୍ତ ୨ଜଣ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।

ଖବର ପାଇ ଲକ୍ଷ୍ମୀସଗାର ଓ ବଡ଼ଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁରା ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.