Below header

ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ଷୋଡ଼ଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ମେଳାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୬ଟାରୁ ସାଢେ ୯ଟା ଯାଏ ଖୋଲା ରହିବ ତୋଷାଳୀ ମେଳା । ଚଳିତ ବର୍ଷ ଏହି ମେଳାରେ ୩୯୦ଟି ହସ୍ତତନ୍ତ ଷ୍ଟଲ ସ୍ଥାନ ପାଇବ ।

toshali

ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ୯୦ ବୁଣାକାର ଓ ୧୫୦ ଜଣ କାରିଗର ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଦୁଇ ଥର ତୋଷାଳୀ ମେଳା ଆୟୋଜିତ ହେବ । ଗତବର୍ଷ ପାଇଁ ମାର୍ଚ୍ଚରେ ମେଳା ହେଉଥିବା ବେଳେ ଡିସେମ୍ବର ମାସରେ ମଧ୍ୟ ୧୭ ତମ ତୋଷାଳି ମେଳା ଆୟୋଜିତ ହେବ । ମେଳାରେ କୋଭିଡ୍‌ ନିୟମକୁ କଡ଼ା କଡ଼ି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.