ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ , ମାଲକାନଗିରି କୁକୁରକୁଣ୍ଡ ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି(କେନ୍ୟୁଜ୍) : ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ମୃତକଙ୍କ ନାଁ ଗୁପ୍ତ ସ୍ୱାଇଁ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଛନ୍ତି। ଏହାସହ ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଗାଡି ଜେସିବି ଓ ହାଇୱାକୁ ଜାଳିଦେଇଛନ୍ତି। ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ହିଂସା ଘଟାଇଥିବା ସୂଚନା ମିଳିଛି। ପୂର୍ବରୁ ରାସ୍ତା କାମକୁ ବିରୋଧ କରୁଥିବାବେଳେ ରାସ୍ତା ନିର୍ମାଣ ଜାରି ରହିଥିବାରୁ ଏଭଳି ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି।

Leave A Reply

Your email address will not be published.