ପୁରୀରେ ଏନ୍‌କାଉଣ୍ଟର , ପୋଲିସ ଗୁଳିରେ ଅପରାଧୀ ଗୁଡୁ ଓରଫ୍‌ ରଶ୍ମୀରଞ୍ଜନ ପଣ୍ଡା ଆହତ

ପୁରୀ(କେନ୍ୟୁଜ୍) : ପୁରୀ ପୋଲିସର ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ଗୁଡୁ ଓରଫ୍‌ ରଶ୍ମୀରଞ୍ଜନ ପଣ୍ଡା ଆହତ ହୋଇଛି । ଗୁଡୁର ଦୁଇଟି ଗୋଡରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ଖେଳଣା ବ୍ୟବସାୟୀ ଭିକି ଓରଫ ରାକେଶ ନାୟକଙ୍କୁ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଗୁଡୁ ପଣ୍ଡା । ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ତାଳବଣିଆ ଥାନା ଅଧୀନ ବାଲିଘାଟ ଅଞ୍ଚଳରେ ରାକେଶଙ୍କୁ ଗୁଳିମାଡ଼ କରାଯାଇଥିଲା । ପୂର୍ବ ବିବାଦକୁ ନେଇ ଗୁଳିମାଡ଼ ହୋଇଥିଲା ।

Leave A Reply

Your email address will not be published.