ଫସଲ ପାଇଁ ନିରୀହ ପଶୁଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଦେଇ ମାରିଦେଲେ ନୃଶଂସ ବ୍ୟକ୍ତି

ଭଦ୍ରକ (କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାରି ମାଙ୍କଡ଼ ଓ କୁକୁରଙ୍କ ମୃତ୍ୟୁ । ଏଭଳି ଦୁଖଦଃ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା କୁବେରା ପଂଚାୟତ କାଳିପଡିଆ ଠାରେ । ବାରମ୍ବାର ମାଙ୍କଡମାନେ ଫସଲ ନଷ୍ଟ କରୁଥିବାରୁ ଜନୈକ ବ୍ୟକ୍ତି ନିଜ ବାଡ଼ରେ ଦିଆଯାଇଥିବା ତାର ବାଡ଼ରେ ବିଦ୍ୟତ ସଂଯୋଗ କରିଥିଲେ ।

ଆଜି କିଛି ମାଙ୍କଡ଼ ଫସଲ ଖାଇବାକୁ ଆସିଥିଲେ । ତାର ବାଡ଼ରେ ଦିଆଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ସେଠାରେ ୪ଟି ମାଙ୍କଡ଼ ଛଟପଟ ହୋଇ ମରିଯାଇଥିଲେ । ଖାଲି ସେତିକି ନୁହେଁ ସେଠାରେ ବୁଲୁଥିବା ୪ଟି କୁକୁର ମଧ୍ୟ ଏହି ତାର ସଂସ୍ପର୍ଶରେ ଆସି ସେଠାରେ ମରିଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ମଲା ମାଙ୍କଡ଼ ଓ କୁକୁରଙ୍କ ମୃତଦେହକୁ ଅନ୍ୟତ୍ର ଫୋପାଡ଼ି ଦେଇଛନ୍ତି ।

Leave A Reply

Your email address will not be published.