ଆଣ୍ଡମାନ ଓ ନିକୋବରରେ ଭୂକମ୍ପ,ରିଚର ସ୍କେଲ୍‌ରେ ସାନ୍ଦ୍ରତା ୪.୩

ଦିଗଲିପୁର : ଆଣ୍ଡମାନ ଓ ନିକୋବର ଦ୍ୱୀପ ପୁଞ୍ଜରେ ଆଜି ଏକ ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଛି । ଯାହାର ସାନ୍ଦ୍ରତା ରିଚର ସ୍କେଲ୍‌ରେ ୪.୩ ଥିବା ଜଣାଯାଇଛି । ଭୂକମ୍ପର ଝଟ୍‌କା ଆଜି ପାହାନ୍ତା ୨ଟା ୩୬ରେ ଅନୂଭୁତ ହୋଇଥିଲା ।

ତେବେ ଏଥିରେ କୈାଣସି ଧନ ଜୀବନ ହାନୀ ହୋଇଥିବା ଜଣାପଡ଼ି ନାହିଁ ବୋଲି ସେସ୍‌ମୋଲୋଜି ବିଭାଗ ପକ୍ଷରୁ କୁହାଯାଛି । ସେହିପରି ଗତ ୨୮ ତାରିଖରେ ମଧ୍ୟ ଏଠାରେ ଭୂକମ୍ପ ଅନୂଭୁତ ହୋଇଥିଲା । ରିଚର ସ୍କେଲ୍‌ରେ ଯାହାର ସାନ୍ଦ୍ରତା ଥିଲା ୪.୧ ।

ଗତ ମାସକ ମଧ୍ୟରେ ଏଠାରେ ୨ଥର ଭୂକମ୍ପ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.