Below header

ଲକ୍ଷଣ ନଥିଲେ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଘରେ ସର୍ତ୍ତମୂଳକ ପୃଥକବାସରେ ରହି ପାରିବେ

କେନ୍ୟୁଜ : ରାଜ୍ୟରେ ଏଣିକି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ବି ହୋମ୍‌ ଆଇସୋଲେସନରେ ରହିପାରିବେ ଆକ୍ରାନ୍ତ । ଲକ୍ଷଣ ନଥିଲେ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଘରେ ସର୍ତ୍ତମୂଳକ ପୃଥକବାସରେ ରହି ପାରିବେ । ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ହୋମ୍‌ ଆଇସୋଲେସନ୍‌ ଅନୁମତି ମିଳିବ । ରାଜ୍ୟରେ କରୋନା ସ୍ଥିତି ଓ ରଣନୀତି ସମ୍ପର୍କରେ ସୂଚାନ ଦେଇ ଏକଥା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧୪ ପୌରାଞ୍ଚଳ, ଜିଲ୍ଲା ସଦର ମହକୁମା ଓ ବ୍ଲକ ହେଡକ୍ୱାର୍ଟରରେ ହୋମ୍‌ ଆଇସୋଲେସନ୍‌ ସୁବିଧା ନେଇ ଅନୁମତି ପ୍ରଦାନ କରାଯିବ ।

ଉପଯୁକ୍ତ ନିଜସ୍ୱ ବ୍ୟବସ୍ଥା ଥିଲେ ଘରୋଇ କମ୍ପାନୀ, କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥାକୁ ବି ଅନୁମତି ପ୍ରଦାନ କରାଯିବ । ବନ୍ଦର, ସିଆଇଏସ୍‌ଏଫ୍‌, ଏନଡିଆରଏଫ୍‌, ପୋଲିସ ଓ ଅଗ୍ନିଶମ ସଂସ୍ଥା ସହ ସମସ୍ତ ସୁବିଧା ଥିବା ଧାର୍ମିକ କମିଟି, ଆପାର୍ଟମେଣ୍ଟ, ଏନଜିଓକୁ ବି ଅନୁମତି ମିଳିବ । ଆବଶ୍ୟକ ହେଲେ ତାଲିମ ଓ ସ୍ୱାସ୍ଥ୍ୟ ସହାୟତା ଯୋଗାଇବେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରେ ବଦଳିଛି କରୋନା ମୁକାବିଲା କୌଶଳ । କୋଭିଡ୍‌ ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ସ୍ଥିତିରେ ମୁକାବିଲା ପାଇଁ କୌଶଳ ବଦଳାଇବାକୁ ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.