ଭଦ୍ରକ: ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାରୁ ଯୁବକଙ୍କୁ ନିସ୍ତୁକ ପିଟିଲେ ଗାଁଲୋକେ

ଭଦ୍ରକ(କେନ୍ୟୁଜ୍): ସଭ୍ୟ ସମାଜରେ କୁତ୍ସିତ ଘଟଣା । ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାରୁ ଆଇନକୁ ହାତକୁ ନେଲେ ଗାଁ ଯୁବକ । ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ପିଟିଲେ । ମହିଳାଙ୍କୁ ପ୍ରଜାକୋର୍ଟରେ ଦେଲେ ଦଣ୍ଡ । ପରକୀୟା ପ୍ରିତି ପାଇଁ ମହିଳାଙ୍କୁ ଗଣିବାକୁ ପଡ଼ିଛି ୨ ଲକ୍ଷ ୫ ହଜାର ଟଙ୍କା । ଏ ଘଟଣା ହେଉଛି ଭଦ୍ରକ ବାସୁଦେବପୁର ବ୍ଲକ୍‌ ବାଲିମୁଣ୍ଡା ପଞ୍ଚାୟତ ନନ୍ଦପାଟଣା ଗାଁର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ନନ୍ଦପାଟଣା ଗାଁର ଜଣେ ମହିଳାଙ୍କୁ ସେହି ଗାଁର ଜଣେ ଯୁବକ ବର୍ଷ ବର୍ଷ ଧରି ଲିଭିଂ ରିଲେସନ୍‌ସିପ୍‌ ରେ ରହି ଅନୈତିକ ସମ୍ପର୍କ ରଖିଆସୁଥିଲେ । ହଠାତ୍‌ ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ରାତିରେ ସଂପୃକ୍ତ ଯୁବକ ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଗ୍ରାର କିଛି ଯୁବକ ମହିଳାଙ୍କ ଘରେ ପଶି ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ପିଟିଥିଲେ । ଘଟଣା ସମ୍ପର୍କରେ ଥାନାରେ ନଜଣାଇ ତାପରଦିନ ଗ୍ରାମବାସୀ ଉଭୟ ପରିବାର ସଦସ୍ୟଙ୍କୁ ଡାକି ପ୍ରଜାକୋର୍ଟ ମାଧ୍ୟରେ ଦଣ୍ଡ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.