ବିନା ଅନୁମତିରେ ସଲଫରିକ୍ ଏସିଡ୍ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା
ରାଉରକେଲା(କେନ୍ୟୁଜ୍): ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା । ଜଙ୍ଗଲ ଓ ପରିବେଶ ବିଭାଗର ବିନା ଅନୁମତିରେ ୨୦୧୫ରେ ଆରଏସ୍ପି ଭିତରେ ପ୍ରତିଷ୍ଠା ହୋଇଛି ୧୨୫ ଟିଡିପିର ସଲଫରିକ୍ ଏସିଡ୍ ପ୍ଲାଣ୍ଟ । ଏନେଇ ଆରଏସ୍ପିର ପୂର୍ବତନ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଓ ଇଡି ୱାର୍କସ୍ ଗୌତମ ବାନାର୍ଜୀଙ୍କ ନାଁରେ ପାନପୋଷ ଏସ୍ଡିଜେଏମ୍ଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି । ଆଇନ ଅମାନ୍ୟ ଅଭିଯୋଗରେ ଆରଏସ୍ପିର ବରିଷ୍ଠ ଅଧିକାରୀଙ୍କ ବିରୋଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଆରଏସ୍ପିର ଦୁଇ ଅଧିକାରୀଙ୍କ ନାଁରେ ପାନପୋଷ ଏସଡିଜେଏମ୍ଙ୍କ କୋର୍ଟରେ ଅଭିଯୋଗ କରିଥିଲେ । ଏନଭାରମେଣ୍ଟ ପ୍ରୋଟେକସନ୍ ଆକ୍ଟ ୧୯୮୬ର ସେକ୍ସନ୍ ୧୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଏସଡିଜେଏମ୍ କୋର୍ଟର ଏପିପି ସୂଚନା ଦେଇଛନ୍ତି ।