Below header

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଖତକୁରବାହାଲ ଗାଁରେ ଡେଙ୍ଗୁ ଆତଙ୍କ

ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଖତକୁରବାହାଲ ଗାଁରେ ଡେଙ୍ଗୁ ଆତଙ୍କ । ଭୟଭୀତ ଗାଁ ଲୋକେ । ଗାଁରେ ୩୦ରୁ ଅଧିକ ଜ୍ୱରରେ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜଣେ ମହିଳାଙ୍କ ମୃତ୍ୟୁ ହୋଇ ସାରିଛି । ଏହି ସୂଚନା ମିଳିବା ପରେ, କୁତ୍ରା ବିଡିଓ ଏବଂ ଏକ ମେଡିକାଲ ଟିମ୍‌ ଆସି ଗାଁରେ ପହଞ୍ଚିଥିଲେ । ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ । ସଫାସୁତୁରା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ଏହାସହ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନଥିବା, ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ଲାଗିଥିଲା । କୁତ୍ରା ବ୍ଲକ ପ୍ରଶାସନ ଗାଁରେ ସଫେଇ କାମ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରାଇଛି । ଗାଁରେ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.