Below header

ନୂଆ ମୋଟର ଯାନ ଆଇନ ଲାଗୁ ପରେ ଟ୍ରାଫିକ ନିୟମ ନେଇ ସଚେତନ ହେଉଛନ୍ତି ଜନସାଧାରଣ

କେନ୍ଦୁଝର(କେନ୍ୟୁଜ୍): ନୂଆ ମୋଟର ଯାନ ଆଇନ ଲାଗୁ ପରେ ଟ୍ରାଫିକ ନିୟମ ନେଇ ସଚେତନ ହେଉଛନ୍ତି ଜନସାଧାରଣ । ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ଗାଡ଼ି ଫିଟନେସ ଆଦି ପାଇଁ କେନ୍ଦୁଝର ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ଲମ୍ବା ଲାଇନ । ସକାଳୁ ସକାଳୁ ଆରମ୍ଭ ହେଉଛି ଗହଳି । ହେଲେ ଆରଟିଓ ଅଫିସରେ ପୂର୍ବରୁ ଯେତିକି କର୍ମଚାରୀରେ କାମ ହେଉଥିଲା ଏବେ ସେତିକି ଷ୍ଟାଫରେ ଚାଲିଛି କାମ । ଅଧିକ କାଉଣ୍ଟର ମଧ୍ୟ ଖୋଲାଯାଇନାହିଁ । ଏଥିପାଇଁ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ନୂଆ କାଉଣ୍ଟର ଖୋଲାଯିବ ବୋଲି ଆରଟିଓ ପ୍ରତିଶ୍ରୁତି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.