ସୁସ୍ଥ ହେଉଛନ୍ତି ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଆ ଅଭିନେତା ମନୋଜ ମିଶ୍ର ସୁସ୍ଥ ହେଉଛନ୍ତି । ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି । ଅବଶ୍ୟ ଏ ସମ୍ପର୍କରେ ତାଙ୍କ ପରିବାର ଲୋକ କିଛି କହିବାକୁ ମନା କରିଛନ୍ତି । ମନୋଜ ଓଡ଼ିଆ ସମେତ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରି ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି । ବିଶେଷ କରି ଖଳନାୟକ ଭୂମିକାରେ ତାଙ୍କର ଅଭିନୟ ବେଶ୍‌ ପ୍ରଶଂସିତ ହୋଇଛି । ମନୋଜଙ୍କ ଫ୍ୟାନ୍‌ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.