Below header

ପ୍ରଫେସରଙ୍କ ପାଗଳାମି : କୁମାରୀତ୍ୱ ଉପରେ ମନ୍ତବ୍ୟ ଦେଇ ହରଡ଼ଘଣାରେ

କୋଲକତା : ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲଙ୍କ ବିବାଦ ଥମି ନଥିବା ବେଳେ ମହିଳାଙ୍କ ପ୍ରତି ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଯାଦବପୁର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର । ଏହି ବୁଦ୍ଧିଜୀବୀ ଜଣକ ଅତ୍ୟନ୍ତ ସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି ମହିଳାଙ୍କ କୁମାରୀତ୍ୱ ଉପରେ । ସେ କହିଛନ୍ତି ମହିଳାମାନେ କୋଲଡ୍‌ ଡ୍ରିଙ୍କସ୍‌ ବୋତଲ ଓ ବିସ୍କୁଟ୍‌ ପ୍ୟାକେଟ୍‌ ଭଳି । ଠିପି ଅବା ପ୍ୟାକ୍‌ ଖୋଲି ଦେଲେ ସରିଗଲା । ଆପଣ କଣ ବଜାରରୁ ଠିପି ଖୋଲା କୋଲଡ୍‌ ଡ୍ରିଙ୍କସ କି ବିସ୍କୁଟ ପ୍ୟାକେଟ୍‌ କିଣିବେ ?

SARKAR-2
ପ୍ରଫେସର କନକ ସରକାର ଫେସ୍‌ବୁକ୍‌ରେ ଏଭଳି ମନ୍ତବ୍ୟ ଦେବା ପରେ ତାଙ୍କୁ ପ୍ରବଳ ସମାଲୋଚନା ଓ ଗାଳିର ଶିକାର ହେବାକୁ ପଡ଼ିଛି । ସେ ପରେ ସେଭଳି ମହିଳାଙ୍କୁ ଦେଇଥିବା ସମସ୍ତ ମନ୍ତବ୍ୟକୁ ଡିଲିଟ୍‌ କରି ଦେଇଛନ୍ତି ଏବଂ ଆଉ ଏକ ଲେଖାରେ ଏହା ତାଙ୍କର ଏକଦମ ବ୍ୟକ୍ତିଗତ ମତ ବୋଲି ଲେଖିଛନ୍ତି । ଆହୁରି ମଧ୍ୟ ଏକ ଖବର କାଗଜରେ ମହଳାଙ୍କ ସପକ୍ଷରେ ଲେଖା ଲେଖି ନିଜକୁ ବଞ୍ଚାଇବାକୁ ଚାହିଛନ୍ତି । ପୁଣି ଲେଖିଛନ୍ତି ଯେ ତାଙ୍କର ବା ସ୍ୱାଧୀନତା ରହିଛି । ହେଲେ ପୂର୍ବରୁ ମଧ୍ୟ ସେ ଅନେକ ଥର ମହିଳମାନଙ୍କୁ ନେଇ ସେ ବିଭିନ୍ନ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଏବେ ପ୍ରବଳ ଭାବେ ଭର୍ତ୍ସିତ ହେବାକୁ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.