ଅଲଗା କଲେ ଆତ୍ମହତ୍ୟା କରିବୁ ! ନିଜ ଇଚ୍ଛାରେ ସାରା ଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଛୁ

କେନ୍ଦ୍ରାପଡ଼ା : ନିଜ ଇଚ୍ଛାରେ ସାରା ଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଛୁ । ଅଲଗା କରିବାକୁ ଉଦ୍ୟମ କଲେ ଆତ୍ମହତ୍ୟା କରିବୁ । କେନ୍ଦ୍ରାପଡ଼ାର ଯୁବତୀ-ଯୁବତୀ ଜୀବନସାଥୀ ଘଟଣାରେ ପଟ୍ଟାମୁଣ୍ଡାଇ ଥାନାରେ ଧାରା ୧୬୧ରେ ବୟାନ ରେକର୍ଡ କରିଛି ପୋଲିସ । ମାମଲା ରୁଜୁ କରିବା ସହ ଉଭୟଙ୍କୁ ପଟ୍ଟାମୁଣ୍ଡାଇ ସେସନ୍ସ କୋର୍ଟରେ ହାଜାର କରିବ ପୋଲିସ । ୧୬୪ ଧାରାରେ ବୟାନ ରେକର୍ଡ କରାଯିବ ବୋଲି ଏସ୍ଡିପିଓ ରଞ୍ଜନ ଦେ ସୂଚନା ଦେଇଛନ୍ତି । ଗତକାଲି ଦୁଇ ଯୁବତୀ ହେଲେ ଜୀବନ ସାଥୀ ହେବା ଖବର ଚର୍ଚ୍ଚା ଧରିଥିଲା । ପଟ୍ଟାମୁଣ୍ଡାଇ ନୋଟାରୀଙ୍କ ପାଖରେ ଉଭୟ ସତ୍ୟପାଠ କରିଥିଲେ । ଜଣେ ଯୁବତୀଙ୍କ ଘର ମହାକାଳପଡ଼ାରେ ଓ ଅନ୍ୟ ଜଣଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ତେବେ ତାଙ୍କ ଝିଅକୁ ଫସାଇ ଦିଆଯାଇଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବତୀଙ୍କ ବାପା ଅଭିଯୋଗ କରିଥିଲେ ।