Below header

ସାରୁଅ ଜମି ଦୁର୍ନୀତି ମାମଲାରେ ଓଡ଼ିଶା ଇନଫ୍ରା ଟେକର ପୂର୍ବତନ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କେନ୍ୟୁଜ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ଓଡ଼ିଶା ଇନଫ୍ରା ଟେକର ପୂର୍ବତନ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ କୋର୍ଟ ତାଙ୍କ ଜାମିନ ମଂଜୁର କରିଛନ୍ତି । ମନୋରଞ୍ଜନଙ୍କୁ ଜାମିନ ପାଇଁ କୋର୍ଟ ୪ଟି ସର୍ତ୍ତ ରଖିଛନ୍ତି । ସେ ଅଭିଯୋଗକାରୀଙ୍କ ଉପରେ ଚାପ ପକାଇବେ ନାହିଁ । ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବେ । କୌଣସି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିବେ ନାହିଁ ।

୫୦ହଜାର ଟଙ୍କା ଓ ଜଣେ ଜାମିନଦାରରେ ତାଙ୍କୁ ଜାମିନ ମିଳିଛି । ତେବେ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ବେଆଇନ ଭାବରେ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମନୋରଂଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଗିରଫ ପରେ ଓଡ଼ିଶା ଇନଫ୍ରାଟେକ ନିର୍ଦ୍ଦେଶକ ଏବଂ ଓଟିଭି ସିଏଫଓ ପଦରୁ ମନୋରଞ୍ଜନ ଷଡ଼ଙ୍ଗୀ ଇସ୍ତଫା ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.