Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ୍): ଆଜି ୩୦ ଜିଲ୍ଲାରୁ ଆଉ ୧୩୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୯୨ ହଜାର ୪୭୭ ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।


ଆଜି ସୁସ୍ଥ ହୋଇଥିବା ୧୩୪୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯ ଜଣ, କଟକ ୯୯, ବରଗଡ଼ ୭୧, ସୁନ୍ଦରଗଡ଼ ୧୦୬, କଳାହାଣ୍ଡି ୨୭, ଜଗତସିଂହପୁର ୫୬, ନୂଆପଡା ୭୦, କେନ୍ଦୁଝର ୫୫, ମୟୁରଭଞ୍ଜ ୫୫, ବାଲେଶ୍ଵର ୪୫ ଓ ପୁରୀରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି ଅନୁଗୁଳରୁ ୨୮ ଜଣ, ଭଦ୍ରକ ୩୦, ବଲାଙ୍ଗୀର ୮୬, କେନ୍ଦ୍ରାପଡା ୭୬, ସମ୍ବଲପୁର ୩୩, ଯାଜପୁର ୪୩, ଝାରସୁଗୁଡା ୪୧, ମାଲକାନଗିରି ୨୧, ନବରଙ୍ଗପୁର ୩୧, ଢେଙ୍କାନାଳ ୨୦, ସୋନପୁର ୧୯, ଗଂଜାମ ୨୫ ଓ କୋରାପୁଟରୁ ୨୧ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.