ମାଓ-ପୋଲିସ ମୁହାଁମୁହିଁ, ଜଣେ ମାଓବାଦୀ ନିହତ

ବରଗଡ (କେନ୍ୟୁଜ) : ମାଓବାଦୀ- ପୋଲିସ ମୁହାଁମୁହିଁ। ବରଗଡ ଜିଲ୍ଲା ପଦ୍ମପୁର ଝାଞ୍ଜ ରିଜର୍ଭ ଜଙ୍ଗଲ ଏସ୍‌ଓଜି ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ନିକଟରୁ ଏକେ-47 ଜବତ ହୋଇଛି। ଏକେ-47 ସାଧାରଣତଃ ସିନିୟର ମାଓବାଦୀ ବ୍ୟବହାର କରନ୍ତି। ତେଣୁ ମୃତ ମାଓବାଦୀ ଜଣକ ସିନିୟର କ୍ୟାଡର ବୋଲି ସନ୍ଦେହ କରାଯାଉଛି। ଏହାସହ ୩ଟି ମାଗଜିନ୍‌ ଏକେ-47 ଗୁଳି ମଧ୍ୟ ଜବତ ହୋଇଛି। ଏବେ କମ୍ବିଂ ଅପରେସନ ଜାରି ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.