Below header

ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଚେତାବନୀ, କନ୍ଧମାଳ କ.ନୂଆଗାଁ ଦାରିଙ୍ଗବାଡି ରାସ୍ତାରେ ଲାଗିଛି ପୋଷ୍ଟର ଓ ବ୍ୟାନର

କନ୍ଧମାଳ (କେନ୍ୟୁଜ୍) : ପୁଣି ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ସ୍ଥିତି ଜାହିର କରିଛି ମାଓବାଦୀ ସଙ୍ଗଠନ। କ.ନୂଆଗାଁ ଥାନା ଦାରିଙ୍ଗିବାଡି ରାସ୍ତା ଏନ.ଏଚ ୫୯ ଜାତୀୟ ରାଜପଥର କନ୍ଦିପଦା ଗାଁ ନିକଟରେ ଲାଲ ବାହିନୀର ବ୍ୟାନର ସହିତ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ସି.ପି.ଆଇ ମାଓବାଦୀ ବଂଶଧାରା ଘୁମୁସର ନାଗପଲ୍ଲୀ ଡିଭିଜନ ପକ୍ଷରୁ ଏହି ବ୍ୟାନର ଏବଂ ପୋଷ୍ଟର ଲଗାଯାଇଛି।

mao_poster ପୋଷ୍ଟରରେ ଭୋଟ ବର୍ଜନ ସହ ବିପ୍ଳବୀ ଲୋକ ସରକାର ଗଢ଼ିବାକୁ ଆହ୍ବାନ କରାଯାଇଛ। ଭୋଟ ଦେବାକୁ କହୁଥିବା ଲୋକ ସାମ୍ରାଜ୍ୟବାଦର ଗୋଲାମ ବୋଲି କହିଛି ମାଓବାଦୀ ସଙ୍ଗଠନ। ଭୋଟ ଭିକ୍ଷା ମାଗିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି ମାଓବାଦୀ ସଙ୍ଗଠନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.