Below header

ରାଜସ୍ଥାନରେ ଭୂମିକମ୍ପ, ରିକ୍‌ଟର ସ୍କେଲରେ ୪.୦

ନୂଆଦିଲ୍ଲୀ : ଆଜି ସକାଳେ ରାଜସ୍ଥାନର ସିକର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍‌ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୦ । ଭୂକମ୍ପରେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ପରେ ଲୋକେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ । ପୁଣି ଥରେ ଝଟ୍‌କା ଲାଗିବା ଭୟରେ ବହୁ ସମୟ ଧରି ବାହାରେ ରହିଥିଲେ । ତେବେ ଭୋର ସମୟରେ ଖୁବ୍‌ କମ୍‌ ସମୟ ପାଇଁ ହୋଇଥବା ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ । ଭୂମିକମ୍ପର କେନ୍ଦ୍ର ସ୍ଥଳ ପାକିସ୍ତାନରେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.