Below header

କାମାଲୁରରେ ଟ୍ରେନ୍ ଲାଇନକୁ ଭାଙ୍ଗିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଗୋଟିଏ ରାତିରେ ଘଟାଇଛନ୍ତି ତିନି ତିନିଟି ହିଂସାକାଣ୍ଡ । ଦାନ୍ତେୱାଡ଼ା କମଲୁର ନିକଟରେ ଟ୍ରେନ୍ ଲାଇନକୁ ଭାଙ୍ଗିଦେଇଛନ୍ତି ଲାଲବାହିନୀ । ଦାନ୍ତେଓ୍ଵାଡାରୁ କିରଣ୍ଡୁଳ ଯାଉଥିବା ପାସେଞ୍ଜର ଟ୍ରେନ୍କୁ ଟାର୍ଗେଟ କରିଥିଲେ । କାମାଲୁର ନିକଟରେ ଟ୍ରେନ୍ ଲାଇନ୍କୁ ଭାଙ୍ଗି ଦେଇଥିଲେ ମାଓବାଦୀ । ଫଳରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ତେବେ ଏହାର ଗତି ଧିମା ଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ବର୍ତ୍ତି ଯାତ୍ରୀ ଯାଇଛନ୍ତି । ଅନ୍ୟ ଏକ ଘଟଣାରେ ଦାନ୍ତେୱାଡାରେ ୨ଟି ବସ୍ ଜାଳି ଦେଇଛି ଲାଲ୍ବାହିନୀ । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଯାତ୍ରୀମାନଙ୍କୁ ଓହ୍ଲାଇଦେବା ପରେ ମାଓବାଦୀମାନେ ବସରେ ନିଆଁ ଲଗାଇ ଦେଇଥିଲେ ।

ସେହିପରି ଗୋଟିଏ ଟ୍ରକ୍ ମଧ୍ୟ ଜାଳିଦେଇଛନ୍ତି । ବସ୍ ଜଗଦଲପୁରରୁ ରାୟପୁର ଯାଉଥିବା ବେଳେ ଗାମାବାଡ଼ା ଗାଁରେ ନିକଟରେ ମାଓବାଦୀ ଅଟକାଇଥିଲେ । ଘଟଣାସ୍ଥଳରୁ ମାଓବାଦୀଙ୍କ ପୋଷ୍ଟର ଜବତ ହୋଇଛି । ଦରଭ ଡିଭିଜନର ସଂପୃକ୍ତି ଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଗତ ୬ ତାରିଖରେ ସୁକମା କଣ୍ଟା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ପ୍ରତିବାଦରେ ନକ୍ସଲ ଏଭଳି କାଣ୍ଡ ଘଟାଇଥିବା ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.