Below header

କୋରାପୁଟ ଜୟପୁର ଡାକ୍ତରଖାନାକୁ ନେଇ ରାଜନୀତି

କୋରାପୁଟ : ଜୟପୁର ଡାକ୍ତରଖାନାକୁ ନେଇ ରାଜନୀତି । ଗତ ୨୬ ତାରିଖରେ ତିନି ପର୍ୟ୍ୟାୟରେ ଏଠାରେ ଡାକ୍ତର ଯୋଗଦେଇ କାର୍ୟ୍ୟ ଆରମ୍ଭ କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ ଜଣେ ଶିଶୁରୋଗ ବିଶେଷଜ୍ଞଙ୍କର ପୁଣି କୋରାପୁଟ ବଦଳି ହେବା ପରେ ରାଜନୀତି ଆରମ୍ଭ ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ବିଭିନ୍ନ ରାଜନୈତିକ ଦଳ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । କୋରାପୁଟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଗତବର୍ଷ ଆରମ୍ଭ ହୋଇଥିଲା ମେଡିକାଲ କଲେଜ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁର ସ୍ଥାନାନ୍ତର କରାଯାଇ ଜୟପୁର ଡାକ୍ତରଖାନାକୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ଦିଆଯାଇଥିଲା । ଜୟପୁର ଡାକ୍ତରଖାନାରେ ନୂଆ ଡାକ୍ତରଙ୍କ ଯୋଗଦାନ ଓ ବଦଳି ପରେ ଅସନ୍ତୋଷ ଦେଖାଦେଇଛି । ଜିଲ୍ଳାପାଳ କହିଛନ୍ତି, ଅଗଷ୍ଟ ୧୫ ତାରିଖରୁ ଜୟପୁର ଜିଲ୍ଲା ଚିକିତ୍ସାଳୟ ଆନୁଷ୍ଠାନିକ ଭାବେ କାର୍ୟ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.