ନନ୍ଦନକାନନକୁ ନୂଆ ରାସ୍ତା

ଭୁବନେଶ୍ୱର : ରାଜଧାନୀରେ ବଢୁଛି ଟ୍ରାଫିକ୍ ସମସ୍ୟା । ତେଣୁ ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ୟ୍ୟନ୍ତ ଏକ ବିକଳ୍ପ ରାସ୍ତା ନିର୍ମାଣ ହେବ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅକ୍ଟୋବର ମାସରୁ ଏହି ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ବିଡିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି । ପ୍ରାଥମିକ ପର୍ୟ୍ୟାୟରେ ସିଆର୍ପି ଛକରୁ ଇନ୍ଫୋସିଟି ପର୍ୟ୍ୟନ୍ତ ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ଜଙ୍ଗଲ ଅନୁମତି ମିଳିସାରିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନନ୍ଦନକାନନ ପର୍ୟ୍ୟନ୍ତ ଏହି ବିକଳ୍ପ ସମାନ୍ତରାଳ ରାସ୍ତା ନିର୍ମାଣ ନେଇ ସମୀକ୍ଷା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.