Below header

କରନଙ୍କ ହିଟ୍ ଟିପ୍ସ : “ଭଙ୍ଗା ହୃଦୟରୁ ବାହାରେ ଅଭିନୟ”  

ମୁମ୍ବାଇ : ବଲିଉଡ଼ର ଆଗଧାଡ଼ିର ପ୍ରଯୋଜକ ମାନଙ୍କ ମଧ୍ୟରେ ପରିଚିତ କରନ ଜୋହର। କହିବାକୁ ଗଲେ ସେ ଏକାସାଙ୍ଗରେ ଜଣେ ଶ୍ରେଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ, ବିଚାରକ ଏବଂ ଅଭିନେତା ମଧ୍ୟ। ଏବେ କିଛି ଦିନ ହେବା ବିଟାଉନରେ ବହୁ ମାତ୍ରାରେ ନବାଗତ କଳାକାର ପ୍ରବେଶ କରୁଥିବାରୁ ତାଙ୍କୁ ସେ ଦେଇଛନ୍ତି  ସଫଳ ହେବାର କିଛି ଗୁରୁମନ୍ତ୍ର। ପ୍ରଯୋଜକ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ କହିବା ଅନୁଯାୟୀ, “ଭାଙ୍ଗିଥିବା ହୃଦୟରୁ ବାହାରେ ଅଭିନୟ। ଜଣେ ଭଲ ଅଭିନେତା ପାଖରେ ଭାଙ୍ଗିଥିବା ହୃଦୟ ନିହାତି ରହିବା ଦରକାର । ଫଳରେ ପରଦାରେ ସେ ହୃଦୟସ୍ପର୍ଶୀ ଅଭିନୟ କରିପାରିବ”।

ନିକଟରେ ହୋଇଥିବା ଏକ ଇଭେଣ୍ଟରେ ସେ ଏଭଳି କିଛି ଟିପ୍ସ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନଙ୍କର ପ୍ରେମରେ ହୃଦୟ ଭାଙ୍ଗିନି, ସେମାନେ ଭଲ ଅଭିନୟ କରିପାରିବେ ନାହିଁ । କେବେ କେବେ ଆପଣଙ୍କ ଆଖି ଆପଣଙ୍କ ହୃଦୟର କାହାଣୀ କହି ଦିଏ । ଏଭଳି କିଛି ରୋମାଣ୍ଟିକ୍‌ ଟିପ୍ସ ସେ ଆଗାମୀ ପିଢୀଙ୍କୁ ଦେଇଛନ୍ତି ଯେଉଁମାନେ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.