ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ, ମୃତ ମାଓବାଦୀଙ୍କୁ ଦିଆଯାଇଥାଏ ଲାଲସଲାମ୍

ମାଲକାନଗିରି(କେନ୍ଯୁଜ୍): ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ । ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳିବେ ମାଓବାଦୀ । ଗାଁରେ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ମାଓବାଦୀଙ୍କୁ ଲାଲସଲାମ ଦେଇଥାନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ ଅନେକ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି ।

ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ତୁଳସୀ ପାହାଡରେ ମାଓବାଦୀ ବେଶ ସକ୍ରିୟ ଥାଆନ୍ତି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସହିଦ୍‌ ସପ୍ତାହ ପାଳନ ପାଇଁ ମାଓବାଦୀଙ୍କ ପକ୍ଷରୁ ଗତକାଲି ଏକ ଅଡିଓ ଟେପ୍‌ ଜାରି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.