Below header

ପୁଣି ମାତିଲେ ମାଓବାଦୀ : ପୋଷ୍ଟମାଷ୍ଟରଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି : ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କର ବର୍ବରକାଣ୍ଡ । ଜଣଙ୍କୁ ଗୁଳି କରି ହତ୍ୟା କରିଛି ଲାଲ୍ବାହିନୀ । ଚିତ୍ରକୋଣ୍ଡା ଥାନା କମଳାପଦର ପପଲୁର ଗାଁର ପୋଷ୍ଟମାଷ୍ଟରଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ନାରାୟଣ ପୋଲାସି । ଗତକାଲି ରାତି ୧୧ଟା ବେଳେ ଏହି ଘଟଣା ଘଟିଛି । ପରିବାର ଲୋକଙ୍କ କହିବା ଅନୁସାରେ, ୧୦- ୧୫ ଜଣ ସଶସ୍ତ୍ର ମାଓବାଦୀ ନାରାୟଣଙ୍କ ଘରକୁ ଆସିଥିଲେ । ଏହାପରେ ଘର ଆଗରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ଇନଫର୍ମର ସନ୍ଦେହରେ ନାରାୟଣଙ୍କୁ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.