Below header

ଠିକାଦାରଙ୍କୁ ଟାର୍ଗେଟ କଲା ମାଓ ସଂଗଠନ, ରାୟଗଡ଼ାର ବିଭିନ୍ନ ସ୍ଥାନରେ ଲଗେଇଲା ପୋଷ୍ଟର

ରାୟଗଡ଼ା: ଦୀର୍ଘ ଦିନ ପରେ ରାୟଗଡ଼ାରେ ଲାଗିଲା ମାଓ ପୋଷ୍ଟର। ମୁନିଗୁଡ଼ା ବ୍ଲକ ଅମଲଗୁଡ଼ା ପଞ୍ଚାୟତର ସୁକୁଲାଭଟ୍ଟା ଓ ଗୁରୁଗାଁର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର। ବାଶଧାରା-ଘୁମୁସର-ନାଗାବଳୀ ଡିଭିଜନ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଠିକାଦାରମାନଙ୍କୁ ଟାର୍ଗେଟ କରାଯାଇଛି। ମୁନିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଏମଏନଆରଇଜିଏ ଯୋଜନାରେ କାମ ଚାଲିଥିବା ବେଳେ ସମସ୍ତ କାର୍ଯ୍ୟ ମେସିନ ଦ୍ୱାରା କରାଯାଉଛି ବୋଲି ମାଓ ସଂଗଠନ ତରଫରୁ ଅଭିଯୋଗ କରାଯାଇଛି ।

ହିତାଧୀକାରୀଙ୍କ ପାଖରେ ଜବ୍‌ କାର୍ଡ ଥିଲେ ସୁଦ୍ଧା ସେମାନଙ୍କୁ ଯଥା ସମୟରେ କାର୍ଯ୍ୟ ମିଳୁନାହିଁ। ଠିକାଦାରମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ନହେଲେ ସେମାନଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ମାଓପୋଷ୍ଟର ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.