‘ଅନ୍ ୱେଲକମ୍‌’ ସେକ୍ସକୁ ସହମତି ନୁହେଁ ବରଂ ବଳାତ୍କାର କୁହାଯିବ: ହାଇକୋର୍ଟ

ଏକ ମାମଲାର ଶୁଣାଣି କରିବା ଅବସରରେ କେରଳ ହାଇକୋର୍ଟ ସହମତିରେ ଶାରୀରିକ ସମ୍ପର୍କ ଓ ବଳାତ୍କାର ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ତାହା ବ୍ୟାଖ୍ୟା କରିଛନ୍ତି। ଅଦାଲତ ଏକ ଟିପ୍ପଣୀ ଦେବା ଅବସରରେ କହିଛନ୍ତି ଶାରୀରିକ ସମ୍ପର୍କ ପାଇଁ ଯଦି ମହିଳା ରାଜି ଅଛନ୍ତି ତେବେ ସେଭଳି ମାମଲାରେ ଏହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ। ବରଂ ତାହାକୁ ସହମତି ସେକ୍ସ ବୋଲି କୁହାଯିବ। ଯଦି ମହିଳାଙ୍କ ବିନା ସହମତିରେ ସେକ୍ସ କରାଯାଇଛି ତେବେ ତାହାକୁ ଦୁଷ୍କର୍ମ ବୋଲି ଧରାଯିବ।

On the Kerala High Court's salary deferment Order - TheLeaflet

ଜଷ୍ଟିସ୍‌ ପିବି ସୁରେଶ କୁମାର ୧୯୮୬ରେ ଆମେରିକାର ସୁପ୍ରିମ୍‌କୋର୍ଟରେ ଚାଲିଥିବା ଏକ ମାମଲାର ଉଦାହରଣ ଦେଇ କହିଛନ୍ତି ମହିଳାଙ୍କ ତରଫରୁ ସେକ୍ସ ପାଇଁ ଖୁସି ଖୁସି ରାଜି ହେବା ହିଁ ଏକ ମାନକ। ଏଥିପାଇଁ ସହମତି ଆଧାର ହେବା ଆବଶ୍ୟକତା ନାହିଁ। ଏହା ଦ୍ୱାରା ମହିଳାଙ୍କ ଅଧିକାରର ସଂରକ୍ଷଣ ହୋଇପାରିବ ଏବଂ ପୁରୁଷ ଓ ମହିଳାଙ୍କ ଅଧିକାର ଉପରେ ମଧ୍ୟ ଆଞ୍ଚ ଆସିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.