ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଅଙ୍କିତା ଲୋଖଣ୍ଡେଙ୍କ ବୟଫ୍ରେଣ୍ଡ୍‌ ବିକ୍କି ଜୈନ ନେଲେ ଏଭଳି ପଦକ୍ଷେପ

ସୁଶାନ୍ତ ସିଂହ ରାଜପୁତଙ୍କ ସହ ବ୍ରେକ୍‌ଅପ୍‌ର ବହୁ ବର୍ଷ ପରେ ଅଙ୍କିତା ଲୋଖଣ୍ଡେଙ୍କ ଜୀବନରେ ଆସିଥିଲେ ବିକ୍କି ଜୈନ। ଅଙ୍କିତା ଓ ବିକ୍କି ଜଣେ ବନ୍ଧୁଙ୍କ ମାଧ୍ୟମରେ ଦେଖା ହୋଇଥିଲେ ଓ ବନ୍ଧୁତା ହୋଇଥିଲା। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ଅଙ୍କିତା ସୋସିଆଲ ମିଡିଆରେ ବିକ୍କିଙ୍କ ସହ ବହୁ ଫଟୋ ମଧ୍ୟ ସେୟାର କରିଥାନ୍ତି। ଏବେ ସୁଶାନ୍ତଙ୍କ ବିୟୋଗ ପରେ ବିକ୍କି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟର କମେଣ୍ଟବକ୍ସ ସେକ୍ସନ୍‌କୁ ବନ୍ଦ କରି ଦେଇଛନ୍ତି। ଫଳରେ ତାଙ୍କ ପୋଷ୍ଟରେ କେହି କମେଣ୍ଟ କରିପାରୁନାହାନ୍ତି।

Ankita Lokhande posts adorable message for boyfriend Vicky Jain ...

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଅଙ୍କିତା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଲକ୍‌ଡାଉନ୍‌ରେ ସେ ବିକ୍କିକୁ ଖୁବ୍‌ ମିସ୍‌ କରୁଛନ୍ତି। ସେ କହିଥିଲେ ‘ମୁଁ ବିକ୍କିଙ୍କୁ ଭିଡିଓ କଲ୍‌ କରୁଛି ଓ ଏବେ ବହୁତ ମିସ୍‌ କରୁଛି। ଏବେ ସେ ବିଳାସପୁରରେ ନିଜ ପରିବାର ସହ ସମୟ କାଟୁଛନ୍ତି ଓ ମୁମ୍ବାଇରେ’।

Sushant Singh Rajput and Ankita Lokhande News: Sushant Singh ...

ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ଫ୍ୟାନ୍‌ମାନେ ଅଙ୍କିତାଙ୍କୁ ଏଥିପାଇଁ ଦାୟୀ ବୋଲି ଦୋଷ ଦେଇଛନ୍ତି। ଯଦି ଅଙ୍କିତା ସୁଶାନ୍ତଙ୍କ ସହ ଥାଆନ୍ତେ ତେବେ ସୁଶାନ୍ତ ଏତେ ବଡ଼ ପଦକ୍ଷେପ ଗ୍ରହଣ କରିନଥାନ୍ତେ ବୋଲି କୁହାଯାଉଛି। ଏହି କାରଣରୁ ଫ୍ୟାନ୍‌ମାନେ ଅଙ୍କିତାଙ୍କ ବୟଫ୍ରେଣ୍ଡଙ୍କୁ ମଧ୍ୟ ଦୋଷ ଦେଉଛନ୍ତି। ଲୋକଙ୍କ କମେଣ୍ଟରେ ବିରକ୍ତ ହୋଇ ବିକ୍କି ନିଜ କମେଣ୍ଟ ସେକ୍ସନ୍‌କୁ ବନ୍ଦ କରିଦେଇଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.