Below header

ଇସ୍ପାତ ନଗରୀର ସୁପର ସ୍ପ୍ରେଡର ! ଜଣେ ବାଣ୍ଟିଲେ ୯୫ ଜଣଙ୍କୁ କରୋନା

ରାଉରକେଲା: କରୋନା ସୁପର ସ୍ପ୍ରେଡ଼ର କଥା ଆପଣ ନିଶ୍ଚିତ ରୂପେ ଶୁଣିଥିବେ । କିନ୍ତୁ କେବେ ଦେଖିନଥିବେ । କିନ୍ତୁ ରାଉରକେଲାରେ ହିଁ ଏପରି ଏକ ଘଟଣା ଘଟିଛି । ରାଉରକେଲା ସେକ୍ଟର-୧୬ରେ ଜଣେ ବ୍ୟକ୍ତିଙ୍କ ଠାରୁ ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ଏହାପରେ ସଂପୃକ୍ତ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ସ୍ଥାନୀୟ ପ୍ରଶାସନ ତରଫରୁ ଜୋରସୋରରେ ଚାଲିଛି ଉଦ୍ୟମ । ଏନେଇ ଗୋଲଘର,ବାସନ୍ତୀ କଲୋନୀର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ସେହିପରି ସମ୍ପୂର୍ଣ୍ଣ ବାରାକ୍‌-୪ ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ଯାତାୟାତ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲୋକଙ୍କୁ ଘରୁ ବାହାରିବା ବାରଣ କରାଯାଇଛି । ଏନେଇ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.