Below header

ଛତୁ ହେଲା ଜହର : ବିଷାକ୍ତ ଛତୁ ଖାଇ ୨ ମୃତ

ମୟୂରଭଞ୍ଜ (କେନ୍ୟୁଜ୍) : ଛତୁ ହେଲା ଜହର । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଇଁଫୁଲିଆ ଗାଁରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ଦିଅର ଭୂଦାନ ହେମ୍ରମ ଓ ତାଙ୍କ ଭାଉଜ ଲକ୍ଷ୍ମୀ ହେମ୍ରମ୍ । ଲକ୍ଷ୍ମୀଙ୍କ ସ୍ୱାମୀ ବାସ ହେମ୍ରମଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଛତୁ ତରକାରୀ ଖାଇଥିଲେ । ଏହାପରେ ଦେହ ଖରାପ ହେବା ସହ ଝାଡାବାନ୍ତି ହୋଇଥିଲା । ସମସ୍ତଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବୈଶିଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.