Below header

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ, ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ । ଏହା ପୂର୍ବରୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ । ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯାଉଛି। ଏଥିରେ ସମସ୍ତ ବିଭାଗର ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ତା ପୂର୍ବରୁ ରାଜ୍ୟର ଅତିରିକ୍ତ ବଜେଟ୍ ପ୍ରସ୍ତାବ ଉପରେ ମନ୍ତ୍ରୀ ପରିଷଦ ମୋହର ବାଜିବ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ । ଏଥିରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କଲ୍ୟାଣକର କାର୍ୟ୍ୟକ୍ରମକୁ କ୍ୟାବିନେଟ୍ ଅନୁମୋଦନ ମିଳିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.