ବିବାହ ପରେ ସାୟରା ବାନୋଙ୍କୁ ମିଳିଥିଲା ଧୋକ୍କା : ସନ୍ତାନ ନହେବାରୁ ଏପରି ଦଣ୍ଡ ଦେଇଥିଲେ ଦିଲ୍ଲୀପ କୁମାର

ନିଜର ଦମଦାର ଅଭିନୟ ଏବଂ ଚୁଲବୁଲି ଅନ୍ଦାଜରେ ଦର୍ଶକଙ୍କ ହୃଦୟ ଜିତିଥିବା ସାୟରା ବାନୋଙ୍କ ଆଜି ଜନ୍ମ ଦିନ । ୨୩ ଅଗଷ୍ଟ ୧୯୪୪ରେ ମସୁରୀରେ ଜନ୍ମ ଗ୍ରହଣ କରିଥିଲେ ସାୟରା ବାନୋ । ଯେତେବେଳେ ବି ସାୟରା ବାନୋଙ୍କ କଥା ପଡେ ସେତେବେଳେ ଦିଲ୍ଲୀପ୍ କୁମାରଙ୍କ ସହ ତାଙ୍କ ପ୍ରେମର ଚର୍ଚ୍ଚା ଆପେ ଆପେ ଚାଲିଆସେ । ଆସନ୍ତୁ ନଜର ପକାଇବା ଏହି ସଦାବାହାର ନାୟିକାଙ୍କ ବିଷୟରେ କିଛି ଅଜଣା କଥା ।

ସାୟରା ବାନୋଙ୍କ ସିନେମା କ୍ୟାରିୟର୍ ଯେତିକି ଚର୍ଚ୍ଚିତ ଥିଲା ସେତିକି ମଜାଦାର ଥିଲା ତାଙ୍କ ବ୍ୟକ୍ତିଗତ ଜୀବନ । ନିଜେ ସାୟରା ବାନୋ ହିଁ ଜାଣିନଥିଲେ ଯେ ସେ ନିଜଠାରୁ ୨୨ ବର୍ଷ ବଡ ସୁପରଷ୍ଟାର୍ ଦିଲ୍ଲୀପ୍ କୁମାରଙ୍କୁ ବିବାହ କରିବେ । କୁହାଯାଏ ପ୍ରେମ ଅନ୍ଧ । ଆଉ ଏହି କଥା ଟି ଦିଲ୍ଲୀପ କୁମାର ଏବଂ ସାୟରା ବାନୋଙ୍କ ମାମଲାରେ ଶତ ପ୍ରତିଶତ ପ୍ରମାଣିତ ହୋଇଛି । ଦିଲ୍ଲୀପ କୁମାରଙ୍କୁ ଦେଖୁ ଦେଖୁ ହିଁ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସାୟରା ବାନୋ ।

ଦିଲ୍ଲୀପ କୁମାର ଏବଂ ସାୟରା ବାନୋଙ୍କ ଯୋଡି ବଲିଉଡର ସବୁଠାରୁ ପୁରୁଣା ଯୋଡିମାନଙ୍କ ମଧ୍ୟରେ ଅନ୍ୟତମ । ଉଭୟଙ୍କ ବିବାହ ସମୟରେ ଦିଲ୍ଲୀପ କୁମାରଙ୍କ ବୟସ ୪୪ ବର୍ଷ ହୋଇଥିବା ବେଳେ ସାୟରା ବାନୋଙ୍କ ବୟସ ଥିଲା ମାତ୍ର ୨୨ ବର୍ଷ ।

ଏହା ସହ ପଢନ୍ତୁ ଠଗ୍ସ ଅଫ୍ ହିନ୍ଦୋସ୍ତାନ ପାଇଁ ପରମ୍ପରା ଭାଙ୍ଗିଲେ ଆମୀର : ହିନ୍ଦି ସିନେମା ଇତିହାସରେ ପ୍ରଥମ ଥର ହେବ ଏହି କାମ

ଗୋଟିଏ ସମୟ ଥିଲା ଏହି ବିବାହରେ ଫାଟ ସୃଷ୍ଟି ହୋଇଥିଲା ଯେତେବେଳେ ୧୯୮୦ରେ ଦିଲ୍ଲୀପ କୁମାର ଦ୍ବିତୀୟ ବିବାହ କରିଥିଲେ । ଆଉ ଏହି ସମୟରେ ହିଁ ଚର୍ଚ୍ଚା ହୋଇଥିଲା ଯେ ସାୟରା ବାନୋ ମା’ ହୋଇ ପାରିବେନି । କୁହାଯାଏ ପିଲା ପାଇଁ ଆସ୍ମାଙ୍କୁ ଦିଲ୍ଲୀପ କୁମାର ଦ୍ବିତୀୟ ବିବାହ କରିଥିଲେ । ଦିଲ୍ଲୀପଙ୍କ ଦ୍ବିତୀୟ ବିବାହ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ସାୟରା ବାନୋ । କିନ୍ତୁ ଏହି ବିବାହ ବେଶୀ ଦିନ ତିଷ୍ଠି ପାରି ନଥିଲା । ୧୯୮୩ରେ ଦିଲ୍ଲୀପ ଏବଂ ଆସ୍ମାଙ୍କ ବିବାହ ବିଛେଦ ହୋଇଥିଲା ।

ଦିଲ୍ଲୀପ କୁମାର ଏବଂ ସାୟରା ବାନୋଙ୍କ କୌଣସି ସନ୍ତାନ ନାହାଁନ୍ତି । ୧୯୭୨ରେ ଥରେ ଗର୍ଭବତୀ ହୋଇଥିଲେ ସାୟରା ବାନୋ । କିନ୍ତୁ ୮ ମାସ ପରେ ସାୟରା ବାନୋଙ୍କ ଗର୍ଭପାତ ହୋଇଯାଇଥିଲା । ଏହା ପରେ ଆଉ ଗର୍ଭବତୀ ହୋଇ ନାହାଁନ୍ତି ସାୟରା ।

ଏକ ସାକ୍ଷାତକାରରେ ସାୟରା ବାନୋ କହିଥିଲେ ସେ ଦିଲ୍ଲୀପ କୁମାରଙ୍କୁ ସେବେଠୁ ଚାହାଁନ୍ତି ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା । ୧୯୫୨ ରେ ରିଲିଜ୍ ହୋଇଥିବା ସିନେମା ଦାଗ ଦେଖି ଦିଲ୍ଲୀପ୍ କୁମାରଙ୍କୁ ଭଲ ପାଇ ବସିଥିଲେ ସାୟରା ବାନୋ । ଠିକ୍ ସେମିତି ଏକ ଜନ୍ମ ଦିନ ଉତ୍ସବରେ ସାୟରା ବାନୋଙ୍କୁ ମନ ଦେଇ ବସିଥିଲେ ଦିଲ୍ଲୀପ୍ । ଉଭୟଙ୍କ ବିବାହକୁ ୫୦ ବର୍ଷ ହୋଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.