Below header

ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ପଦକ ଅଭିଯାନ ଜାରି : ୧୫ଟି ପଦକ ସହ ସପ୍ତମ ସ୍ଥାନରେ ଭାରତ

ନୁଆଦିଲ୍ଲୀ (କେନ୍ୟୁଜ୍) : ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ପଦକ ଅଭିଯାନ ଜାରି ରହିଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୫ଟି ପଦକ ସହ ସପ୍ତମ ସ୍ଥାନରେ ରହିଛି ଭାରତ । ଏଥି ମଧ୍ୟରେ ରହିଛି ୪ଟି ସ୍ୱର୍ଣ୍ଣ । ସେହିପରି ୩ଟି ରୌପ୍ୟ ସହ ୮ଟି ବ୍ରୋଞ୍ଜ ପଦକ ମିଳିଛି । ସୁଟିଂରେ ସବୁଠାରୁ ଅଧିକ ୭ଟି ପଦକ ମିଳିଛି । ଗତକାଲି ଚତୁର୍ଥ ଦିନରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ ପଦକ ଜିତିଥିଲା । ମହିଳା ୨୫ ମିଟର ପିସ୍ତଲରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିଲେ ସୁଟର୍ ରାହି ଜୀବନ ସର୍ଣ୍ଣବତ୍ । ପ୍ରଥମ ଭାରତୀୟ ମହିଳା ସୁଟର୍ ଭାବେ ଏସିଆଡରେ ସ୍ୱର୍ଣ୍ଣ ହାସଲ କରିଥିଲେ । ସେହିପରି ଉଷୁରୁ ଭାରତକୁ ୪ଟି ବ୍ରୋଞ୍ଜ ପଦକ ମିଳିଥିଲା । ମହିଳା ଉଷୁ ୬୦ କେଜି ବର୍ଗରେ ନାରୋ ମେରୋଷିବିନା ଦେବୀ ବୋଞ୍ଜ ଜିତିଥିଲେ । ସେହିପରି ପୁରୁଷ ୫୬ କେଜି ବର୍ଗରେ ସନ୍ତୋଷ କୁମାର, ୬୦ କେଜି ବର୍ଗରେ ସୂର୍ୟ୍ୟଭାନୁ ପ୍ରତାପ ସିଂହ ଓ ୬୫ କେଜି ବିଭାଗରେ ନରେନ୍ଦ୍ର ଘେରଓ୍ଵାଲ ଭାରତ ପାଇଁ ୪ଟି ବ୍ରେଞ୍ଜ ପଦକ ଜିତିଛନ୍ତି । ଅନ୍ୟପଟେ ଟେନିସରେ ଅଙ୍କିତା ରାଇନା ସେମିଫାଇନାଲରେ ପ୍ରବେଶ କରି ଦେଶ ପାଇଁ ମେଡାଲ ପକ୍କା କରିଛନ୍ତି । ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନ ଓ ଦିବିଜ ସାରନ୍ ସେମିରେ ପ୍ରବେଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.